csstore

ଗ୍ରାସୀମ କମ୍ପାନୀ ପକ୍ଷରୁ ପିଲାଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁଇଁତୋଳା ମଧ୍ୟ ଇରାଜୀ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗ୍ରାସୀମ କମ୍ପାନୀ ପକ୍ଷରୁ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି । କମ୍ପାନୀ ଏଚ୍‌ଆର ମୁଖ୍ୟ ନିରଜ ପଟ୍ଟନାୟକ, ଡିଜିଏମ୍‌ ରବୀନ୍ଦ୍ର କୁମାର ମହାନ୍ତି, ପ୍ରବୀଣ ଦାସ, ସ୍କୁଲ ପ୍ରଧାନ ଶିକ୍ଷକ ବିଷ୍ଣୁ ଚନ୍ଦ୍ର ପଟ୍ଟନାୟକ, ସହକାରୀ ଶିକ୍ଷକ ସୁରେନ୍ଦ୍ର କୁମାର ଦଳାଇ, ପ୍ରେସ କ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା, ଶ୍ରମିକ ସଂଗଠନ କର୍ମକର୍ତା ସିମାଞ୍ଚଳ ପଲାଇ, ପ୍ରତାପ ବିଶ୍ୱାଳ, ନାରାୟଣ ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୫୫ ଜଣ ବିଦ୍ୟାର୍ଥୀଙ୍କୁ ବ୍ୟାଗ ବଣ୍ଟନ କରାଯାଇଥିବା ବେଳେ ଆସନ୍ତା ତିନିରେ ପିଲାଙ୍କୁ ସ୍କୁଲ କମ୍ପାନୀ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଡିଜିଏମ ମହାନ୍ତି କହିଛନ୍ତି ।

jayashree
Leave A Reply

Your email address will not be published.