csstore

ତୋରା ପଞ୍ଚାୟତରେ ନୂଆଁଖାଇ ଯୋଟ୍ ଯାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପୂର୍ବରୁ ବରଗଡ ସଦର ତୋରା ପଞ୍ଚାୟତରେ ନୂଆଁଖାଇ ଯୋଟ୍ ଯାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ୮୦ ଜଣ ଗରିବ ଅସହାୟ, ନିଷ୍ପେସିତମାନଙ୍କୁ ସମ୍ବିଧାନ ସୁରକ୍ଷା ମଂଚ, ପକ୍ଷରୁ ଅଢ଼ିଆ ଭେଟ ଦିଆଯାଇଥିଲା । ସ୍ଥାନୀୟ ଆନନ୍ଦ ବଜାର ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଅତିଥିମାନଙ୍କ ମଧ୍ୟରେ ପବିତ୍ର ଦେହେରୀ, ଭବାନୀ ସାହୁ, ରମେଶ ମହାପାତ୍ର, ସିବାନନ୍ଦ ମଟାରୀ, ସମିତି ସଭ୍ୟ ଶକୁନ୍ତଳା ସୁନା, ତୁଳସୀ ସୁନା, ଆଶିଷ ବେହେରା, ସୁକାନ୍ତ ରାଉତ, ମାଧ ସୁନା, ରାଜେଶ ହନୁମାନ, ରଥୀ କୁମ୍ଭାର, ହେମନ୍ତ ଦୀପ, ଅବିନାଶ ବାଗ୍ ଉପସ୍ଥିତ ଥିଲେ । ଆୟୋଜକ ମଣ୍ଡଳୀରେ ସଂଜୀବ ସୁନା ଓ ଏପିଜେ ଅବଦୁଲ କାଲାମ ଆଇଏଏସ୍ ଏକାଡେମୀର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଏହି ଯୋଟ୍ ଯାଟ କାର୍ଯ୍ୟକ୍ରମକୁ ସଫଳ କରଥିଲେ ।

jayashree
Leave A Reply

Your email address will not be published.