୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପିପିଲି ଅବକାରୀ ଥାନା ଉପନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ପିପିଲି ଓ ଜଟଣୀ ରାସ୍ତାରେ ଥିବା ପିପିଲି ଥାନା ଅଧୀନ ବନସରା ଛକରେ ଚଢ଼ାଉ କରି ସୁଲୋଚନା ପଲେଇ ନାମକ ଜଣେ ୬୫ ବର୍ଷୀୟ ମହିଳାଙ୍କୁ ଗିରଫ କରି ତାଙ୍କଠାରୁ ୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ଏନେଇ ପିପିଲି ଅବକାରୀ ଥାନାରେ ମାମଲା ରୁଜୁ କରି ପୁଲିସ ସୁଲୋଚନାକୁ କୋର୍ଟ ଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୫ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.