ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରେ ପରିକ୍ରମା କରିବ ଅହିଂସା ରଥ

କଳାହାଣ୍ଡି, (ପି.କେ. ସାହୁ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଗତ ୧୫ ତାରିଖରୁ ଭୁବନେଶ୍ୱରରୁ ଅହିଂସା ରଥ ବିଭିନ୍ନ ଜିଲ୍ଲା ପରିକ୍ରମା କରି ଆସନ୍ତା ତା୦୩.୦୯.୨୦୨୨ରିଖ ଦିନ କଳାହାଣ୍ଡି ଜିଲ୍ଲାରେ ପ୍ରବେଶ କରିବ । ନୂଆପଡ଼ା ଜିଲ୍ଲା ସିନାପାଲି ବର୍ଡର ନିକଟରେ ଗୋଲାମୁଣ୍ଡା ବ୍ଲକରେ ୨ଟି ଅହିଂସା ରଥକୁ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଵାଗତ କରାଯିବ । ସ୍ୱାଧୀନତାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡ଼ିଶାର ବୀର ସଂଗ୍ରାମୀ ଓ ବଳିଦାନର ବାର୍ତ୍ତା ପ୍ରଚାର କରିବ । ଅହିଂସା ରଥ-୧କୁ ଗୋଲାମୁଣ୍ଡା ବ୍ଲକରେ ସ୍ୱାଗତ କରାଯାଇ ବୃନ୍ଦାବାହାଲ, ବେହେରା ଓ ଧର୍ମଗଡଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଯାପନ, ଧର୍ମଗଡ଼ରୁ ବଲଦିଆମାଲ୍, ଜୁନାଗଡ, ଦାଶିଗାଁ, ପଣ୍ଡିଗାଁ, କଲମପୁରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଯାପନ, କଲମପୁରରୁ ବାହାରି ବିଜମରା, ବାନେର, ଜୟପାଟଣା, ମୁଖିଗୁଡ଼ାଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଯାପନ, ମୁଖିଗୁଡ଼ାରୁ ବାହାରି ମୋଟେର, କୋକସରା, ଗୁଡହାଣ୍ଡି ଦେଇ ଆମପାଣି ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ସେଭଳି ଅହିଂସା ରଥ-୨ ଗୋଲାମୁଣ୍ଡାରୁ ମହାଲିଂଗ ଦେଇ ବୋର୍ଡା, କର୍ଲପଡ଼ା, ପାଷ୍ଟିକୁଡ଼ି ଦେଇ କେସିଙ୍ଗା, କେସିଙ୍ଗାରୁ ଅମାଠ, ବେଲଖଣ୍ଡି, କର୍ଲାମୁଣ୍ଡା, ଏମ୍‌ ରାମପୁର ଛକ, ଉର୍ଲାଦାନି ଏବଂ ଏମ୍‌ ରାମପୁର ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନର୍ଲାରୁ ବାହାରି ଅସୁରଗଡ, ରୁପ୍ରାରୋଡ, ଛତିଗୁଡା ଓ ଭବାନୀପାଟଣାଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭବାନୀପାଟଣାରୁ ବାହାରି ଜୁନାଗଡ, ମହିଚଲା, ଚାରବାହାଲ, କୋକସରା ଓ ଆମପାଣି ଦେଇ ତା୦୭.୦୯.୨୦୨୨ରିଖ ଦିନ ନବରଙ୍ଗପୁର ଜିଲ୍ଲା ପ୍ରବେଶ କରିବ । ଏହି ସ୍ଥାନମାନଙ୍କରେ ରଥକୁ ସ୍ଵାଗତ, ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ବିଡିଓ/ଇଓ, ଏନ୍‌ଏସି /ମ୍ୟୁନିସିପାଲଟି/ଡିଇଓ/ ଡିଏସଡବ୍ଲୁଓ/ ଡିସିଓ/ ଡିଏସ୍ଓ/ କୁଳପତି, କଳାହାଣ୍ଡି ବିଶ୍ଵବିଦ୍ୟାଳୟ/ନେହେରୁ ଯୁବକେନ୍ଦ୍ର/ଡିଡବ୍ଲୁଓ / ସମନ୍ୱୟ ଅଧିକାରୀ ତଥା ଡିଆଇପିଆର୍‌ଓଙ୍କୁ ଦାୟିତ୍ଵ ଦିଆଯାଇଛି । ଏହି ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସ୍ଵୟଂ ସହାୟକ ଗୋଷ୍ଠୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ପଂଚାୟତ ରାଜ ପ୍ରତିନିଧି ତଥା ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.