oom

ନୂଆଁଖାଇ ପାଇଁ ଚଳଚଂଚଳ ବରଗଡ ଜିଲ୍ଲା : ସହରରେ ଡିଙ୍ଗରା ପିଟି ଲଗ୍ନ ଘୋଷଣା

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ‘ସୁନ ସୁନ ଗାଁର ଲୁକେ ସୁନ । ଆଏବା ଗୁରବାର ୧ ତାରିଖ ପଚଂମୀ ତିଥି ଦିନର ୧୦.୩୩ରୁ ୧୧.୦୮ ଭିତରେ ନୂଆଁ ଖାଏବାର ଲାଗି ଗ୍ରାମଦେବୀ ମା’ ସମଲେଇଙ୍କ ମନ୍ଦିର ନୁ ଲଗନ ବାହାରିଛେ । ହେ ସମିୟା ଭିତରେ ସଭେ ନିଜ ନିଜ ଇଷ୍ଟ ଦେବାଦେବୀ ନୁ ନୂଆଁ ଲଗାଇ କରି ନୂଆ ଖାଏବେ…ହୋ ହୋ..’ । ଏପରି କିଛି ବାର୍ତ୍ତା ନେଇ ଗତକାଲି ବରଗଡ଼ରେ ଚୌକିଦାର ଡିଙ୍ଗରା ପିଟି ପିଟି ନୂଆିଁଖାଇ ଲଗ୍ନ ଘୋଷଣା କରିଥିଲା । ଗୁରୁବାର ଭାଦ୍ରବ ମାସ ଶୁକ୍ଳ ପକ୍ଷ ଋଷି ପଚଂମୀ, ଏହି ଦିନ ପାଳିତ ହେବ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆଁପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇ ଯାଇଥିବା ବେଳେ ସୋମବାର ବରଗଡ଼ ସହରରେ ଚୌକିଦାର ଡିଙ୍ଗିରା ପିଟି ଲଗ୍ନ ଘୋଷଣା କରିଛନ୍ତି । ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ପୀଠରୁ ଚୌକିଦାର ବାହାରି ସମଗ୍ର ସହର ପରିକ୍ରମା ପୂର୍ବକ ନୂଆଁଖାଇ ଲଗ୍ନ ଘୋଷଣା କରିଥିଲେ ।ବୁଧବାର ଅଗଷ୍ଟ ୩୧ ତାରିଖ ନିଶାର୍ଦ୍ଧ ପରେ ଗୁରୁବାର ସେପଟେମ୍ବର ୧ ତାରିଖ ପାହାନ୍ତିଆ ପୂର୍ବରୁ ମା’ ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଭୋଗର ସମସ୍ତ କାର୍ଯ୍ୟ ସଂପାଦନ କରାଯିବ । ମା’ଙ୍କ ଠାରେ କେତେବେଳେ ନବାନ୍ନ ଭୋଗ ଲାଗି କରାଯାଏ ତାହା ଲୋକଲୋଚନକୁ ଅଣାଯାଏ ନାହିଁ । ସେଥିପାଇଁ ନିଶାର୍ଦ୍ଧରେ ମା’ଙ୍କଠାରେ ନବାନ୍ନ ଭୋଗ ଲାଗି କରାଯାଏ । ସେହିପରି ଗୁରୁବାର ସେପଟେମ୍ବର ୧ ତାରିଖ ଭାଦ୍ରବ ଶୁକ୍ଳ ଋଷି ପଚଂମୀ ସିଂହ ୧୬ ଦିନ ସ୍ୱାତୀ ନକ୍ଷତ୍ରେ ତୁଳ ଚନ୍ଦ୍ରେ, ତୁଳ (ଚରୁ) ଲଗ୍ନେ ମାହେନ୍ଦ୍ର ବେଳାରେ ପୂର୍ବାହ୍ନ ୧୦.୩୩ ଗତେ ୧୧.୦୮ ମଧ୍ୟେ ଜନସାଧାରଣ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଲାଗି କରିବା ସହ ନବାନ୍ନ ଭକ୍ଷଣ କରିବେ ବୋଲି ଲଗ୍ନ ନିର୍ଦ୍ଧାରିତ ହୋଇଛି । ଗାଁ ଗାଁରେ ଚୌକିଦାର ଦ୍ୱାରା ନୂଆଁଖାଇ ଲଗ୍ନ ହେଉ କି ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରାଯାଉଥିବା ବେଳେ ଏହା କାଁ ଭାଁ ଦୃଷ୍ଟିଗୋଚର ହେଉଛି । ଯାହାକି ଗତକାଲି ବରଗଡ଼ରେ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ପୀଠରେ ହୋଇଥିବା ନୂଆଁଖାଇ ଲଗ୍ନ ସହରରେ ଘୋଷଣା ସହ ପୁରାତନ ପରମ୍ପରା ବଚାଂଇ ରଖିବାର ପ୍ରୟାସ କରାଯାଇଛି ।

jittmm
Leave A Reply

Your email address will not be published.