ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗତକାଲି ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ବିଦ୍ୟାମନ୍ଦିରର ପୂର୍ବତନ ସଭାପତି ଡ଼ା.ବସନ୍ତ କୁମାର ଦାଶ ଉଦ୍‌ଘାଟନ କରିଥିଲେ । ପ୍ରାତଃ ପର୍ଯ୍ୟୟରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ୪୫ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିବା ବେଳେ ଦିବା ପର୍ଯ୍ୟାୟରେ ଶିଶୁ ବର୍ଗ, ବାଲ୍ ବର୍ଗ ଓ କିଶୋର ବର୍ଗର ୭୧ଟି ପ୍ରକଳ୍ପ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ କରାଯାଇଥିଲା । ବିଚାରକ ଭାବେ ସ୍ଥାନୀୟ ବେରାବୋଇ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ରାଧାକାନ୍ତ ବିଦ୍ୟାପୀଠ ଡେଲାଙ୍ଗର ସେବା ନିବୃତ ପ୍ରଧାନ ଶିକ୍ଷକ ଗନ୍ଧର୍ବ ଜେନା ଓ ପୁରୀ ଜିଲ୍ଲା ବିଜ୍ଞାନ ସଂଯୋଜକ ସନ୍ତୋଷ ଚୌଧୁରୀ ଯୋଗଦେଇ ମୂଲ୍ୟାୟନ କରିବା ସହ ପ୍ରକଳ୍ପ ଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ । ଉଦ୍‌ଯାପନ ଉତ୍ସବରେ ବିଦ୍ୟାମନ୍ଦିର ସମ୍ପାଦକ ଶ୍ରୀମାନ କିଶୋର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ନବକିଶୋର ମହାପାତ୍ର ଓ ସମସ୍ତ ବିଚାରକ ଅତିଥି ଭାବେ ଯୋଗ ଦେଇ ଛାତ୍ରଛତ୍ରୀମାନଙ୍କୁ ବିଜ୍ଞାନର ଉପଯୋଗୀତା ସମ୍ପର୍କରେ ଅବଗତ କରାଇବା ସହ ପୁରସ୍କୃତ କରିଥିଲେ । କିଶୋର ବର୍ଗରେ ବିଜ୍ଞାନ ପ୍ରକଳ୍ପରେ ପ୍ରକୃତି କ୍ରୀଷ୍ଣା ଦାଶ, ଗଣିତ ପ୍ରକଳ୍ପରେ ସୋନାଲ ଶୃତି ପଟ୍ଟନାୟକ, ନୂତନ ପ୍ରୟୋଗରେ ଅଂଶୁମାନ ନାୟକ ପ୍ରଥମ ହୋଇଥିବା ବେଳେ ବାଲ ବର୍ଗରେ ବିଜ୍ଞାନ ପ୍ରକଳ୍ପରେ ତୃପ୍ତି ତମନ୍ନା ବେହେରା, ଗଣିତ ପ୍ରକଳ୍ପରେ ଅଭିଜିତ୍ ପରିଡ଼ା ଆଲୋକ ବର୍ଣ୍ଣାଳି ଉପରେ ସ୍ଵୟମ୍‌ ପ୍ରକାଶ ପ୍ରଧାନ, ନୂତନ ପ୍ରକଳ୍ପରେ ପ୍ରଭୁଦତ୍ତ ମହାଳୀ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ତା-୦୩-୦୮-୨୨ ରିଖରେ ଖେଲାରଠାରେ ହେବାକୁ ଥିବା ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ମନୋନୀତ ହୋଇଛନ୍ତି । କାର୍ଯ୍ୟକ୍ରମକୁ ସର୍ବେଶ୍ଵର ଗୁରୁଜୀ, ବିକ୍ରମ ଗୁରୁଜୀ, ଟୁକୁନୀ ଗୁରୁମା, ବିଜୟ ଲକ୍ଷ୍ମୀ ଗୁରୁମା ସମେତ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.