csstore

ବୃନ୍ଦାବନ ଫେରନ୍ତା ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ୨୦୦୮ ମସିହାରୁ ପ୍ରତ୍ୟେକ ବର୍ଷ ଶହ ଶହ ଶ୍ରଦ୍ଧାଳୁଙ୍କୁ ମାଗଣାରେ ବୃନ୍ଦାବନ ଯାତ୍ରା କରାଇ ଭକ୍ତିଭାବ ଜାଗ୍ରତ କରାଇ ଆସୁଛନ୍ତି । ସେହିକ୍ରମରେ ଗତ ୨୩ ତାରିଖରୁ ବଲାଙ୍ଗିର ସଦର ବ୍ଲକର ସଦାଇପାଲି, ଲୋଇସିଂହା ବ୍ଲକର କୁଶଙ୍ଗ, ଆଗଲପୁର ବ୍ଲକର ଡୁଡୁକା ତଥା ପୁଇଁନ୍ତଲା ବ୍ଲକର ଫଟକରା ଗ୍ରାମର ୧୫୪ ଜଣ ଶ୍ରଦ୍ଧାଳୁ ସମାଜସେବୀ ଡ. ଶ୍ରୀକର ମିଶ୍ରଙ୍କ ନେତୃତ୍ୱରେ ବୃନ୍ଦାବନ ଯାତ୍ରା କରିଥିଲେ । ଚଳିତବର୍ଷ ଗୋପ, ମଥୁରା, ବୃନ୍ଦାବନ, ନନ୍ଦଗାଁ, ଭର୍ସନା, ରମଣରେତି, ବ୍ରହ୍ମାଣ୍ଡଘାଟ ଆଦି ତୀର୍ଥସ୍ଥଳୀ ଦର୍ଶନ କରାଇ ଆଜି ବଲାଙ୍ଗିର ଫେରିଥିଲେ । ସଦାଇପାଲି ତଥା କୁଶଙ୍ଗ ଗ୍ରାମବାସୀଙ୍କ ତରଫରୁ ରମେଶ ଚନ୍ଦ୍ର ନାଏକ, ବିରଞ୍ଚି ସାଏ, ସତ୍ୟବାଦୀ ନାଏକ, ବୃନ୍ଦାବନ ପଟେଲ ଓ ଆନନ୍ଦାବନ ପଟେଲଙ୍କ ନେତୃତ୍ୱରେ ଉଭୟ ଗ୍ରାମର ସଂକିତ୍ତନ ଦଳ ସହ ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା ଓ ସମସ୍ତ ଯାତ୍ରୀଙ୍କୁ ଗୋଡ ଧୋଇ ଉପଢୌକନ ଦିଆଯାଇଥିଲା । ଡ. ଶ୍ରୀ ମିଶ୍ର ଗ୍ରାମବାସୀଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆସନ୍ତା ନଭେମ୍ବର ମାସରେ ଲୋଇସିଂହା ତଥା ବଲାଙ୍ଗିର ବ୍ଲକର ବିଭିନ୍ନ ଗ୍ରାମରୁ ୫୦ ଜଣ ଯାତ୍ରୀ ବୃନ୍ଦାବନ ଯାତ୍ରା କରିବାର ପ୍ରକାଶ କରିଥିଲେ ଏବଂ ଭବିଷ୍ୟତରେ ଏପରି ଯାତ୍ରା କରିବା ପାଇଁ ଇଚ୍ଛୁକ ଯାତ୍ରୀମାନେ ତାଙ୍କର ଆଧାର କାର୍ଡ ସହ ସଦାଇପାଲି ସ୍ଥିତ ରାମଜୀ ଯୁବକ ସଂଘ ଅଫିସ୍‌ରେ ଆବେଦନ କରିବା ପାଇଁ ଅନୁରୋଧ କରିଥିଲେ ।

jayashree
Leave A Reply

Your email address will not be published.