csstore

ପୁରୀଠାରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା-୨୦୨୨ ସାମାରୋହରେ ଦାସୁଡୁ ସତ୍ୟମ ସାଂସ୍କୃତିକ ଦଳ ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗନ୍ନାଥଧାମ ପୁରୀ ବଡ଼ଦାଣ୍ଡର ଅନ୍ନପୂର୍ଣ୍ଣା ଥିଏଟର ରଙ୍ଗମଞ୍ଚ ହଲରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟର ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳ, ପୂର୍ବାଞ୍ଚଳ, ଉତ୍ତରାଞ୍ଚଳ, କେନ୍ଦ୍ରାଞ୍ଚଳ ତଥା ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକକଳା, ଲୋକସଂସ୍କୃତି ସଂଗଠନର କଳାକାର ସଂଘର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୋଗ୍ୟ ବିବେଚିତ ଦଳକୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କଳାକାରମାନେ ନିଜ ନିଜର ପାରଦର୍ଶିତା ପ୍ରତିପାଦନ କରିଥିଲେ । ଗଞ୍ଜାମ ଜିଲ୍ଲାର ଛତ୍ରପୁରର ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସାଂସ୍କୃତିକ ଦଳ ପକ୍ଷରୁ ନେତ୍ତୃଧାରୀ ଆର.ସତ୍ୟମ ରେଡ୍ଡୀ ସମ୍ମାନୀତ ହୋଇଛନ୍ତି । ଉକ୍ତ ସାଂସ୍କୃତିକ ଦଳ ପୁରୀ ବଡ଼ଦାଣ୍ଡରେ ବିରାଟ ଶୋଭାଯାତ୍ରାରେ ନିଜର ପାରମ୍ପରିକ ନୃତ୍ୟ ପରିବେଷଣ କରି ଉତ୍ସବସ୍ଥଳରେ ପହଞ୍ଚିଥିଲେ । ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଭୁବନେଶ୍ୱର ସାଂସଦ ଡଃ.ପ୍ରସନ୍ନ କୁମାର ପାଟ୍ଟଶାଣୀ, ସମ୍ମାନିତ ଅତିଥି ଭାବେ ଇଂ. ମୁରଲୀଧର ସେଠୀ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ମୁଖ୍ୟବକ୍ତା ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ମହାସଂଘ ସଭାପତି ବିଜୟ କୁମାର ମିଶ୍ର, ମୁଖ୍ୟ ଉପଦେଷ୍ଟା ହଂସନାଥ ସାହୁ, (ପ୍ରାଚୀସଂସ୍କୃତି ଗବେଷକ) ବରିଷ୍ଠ ସାମ୍ବାଦିକ ସୁଜ୍ଞାନୀ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଉତ୍କଳୀୟ ପ୍ରାଚୀନ ଲୋକସଂସ୍କୃତି, ଭକ୍ତି ଭାବନାରେ ପରିଚାଳିତ କଳାକାର ସଂଘ ଗୁଡିକର ଉତ୍‌ଜୀବିତ କରାଇବା ଏବଂ ଉକ୍ତ ସଂଗଠନର କଳାକାରମାନଙ୍କୁ ଉତ୍ସାହିତ କରିବା ନେଇ ଏହି ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି ।

jayashree
Leave A Reply

Your email address will not be published.