ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ରାମଚନ୍ଦ୍ରପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ନୂତନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସନାତନ କଳାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଦେବେନ୍ଦ୍ର ପାଣ୍ଡବ ଓ ସମିତି ସଭ୍ୟା ମମତା ସାମାଡ଼ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନୂତନ ପୋଷାକ, ଜୋତା, ମୋଜା ଆଦି ବଣ୍ଟନ କରିଥିଲେ । ପରିଚାଳନା କମିଟି ସଭାପତି ମାନା ଦେଓଗାମ୍, ସଭ୍ୟ ମାଧବ ଦେହୁରୀ, କୌଶଲ୍ୟା ଦେହୁରୀ, ହରି ବାନାରା, ଇନ୍ଦ୍ର ବାନାରା, ଚମ୍ପା ବାନାରା, ଯଶୋଦା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶିକ୍ଷୟତ୍ରୀ କଳ୍ପନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.