oom

ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ କବିତା ପାଠ, ସମ୍ବର୍ଦ୍ଧନା ଏବଂ ଆଲୋଚନା ଚକ୍ର

jsmm

କଟକ, (ସସ୍ମିତା ପ୍ରଧାନ) : ଗାନ୍ଧୀ ଭବନଠାରେ ଗତକାଲି ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ କବିତା ପାଠୋତ୍ସବ, ସମ୍ବର୍ଦ୍ଧନା ଏବଂ ଆଲୋଚନା ଚକ୍ର କୈବଲ୍ୟ ସାହିତ୍ୟ ସଂସଦ ଏବଂ ସର୍ବୋଦୟ ମଣ୍ଡଳ, କଟକ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ଆଜିର ଆହ୍ଵାନ ଏବଂ ସର୍ବୋଦୟ ଶୀର୍ଷକ ଆଲୋଚନା କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଆଧୁନିକ ସାହିତ୍ୟରେ ଆଧ୍ୟାତ୍ମିକତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ମାନ୍ୟବର ପୂର୍ବତନ ବିଚାରପତି ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ ମୁଖ୍ୟ ଅତିଥି ଭାବେ ମାନବୀୟ ମୂଲ୍ୟବୋଧ ଉପରେ ବିଶେଷ ଆଲୋଚନା କରି ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଡଃ ଜୟନ୍ତୀ ମଞ୍ଜରୀ ରଥ ସର୍ବୋଦୟ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ଡଃ ପ୍ରତିଭା ମହାରଥୀ ମୁଖ୍ୟବକ୍ତା ଭାବେ ସାହିତ୍ୟ ଯୁଗେ ଯୁଗେ ଆଧ୍ୟାତ୍ମିକତାର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମ ଅଧିବେଶନରେ ବକ୍ତା ମିହିର ପ୍ରତାପ ଦାସ, ବକ୍ତା ଜ୍ଞାନ ରଞ୍ଜନ ଦାସ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ଡଃ ଅଭୟ କୁମାର ନାୟକ, ପଣ୍ଡିତ ନୀଳକଣ୍ଠ ରାଉତ ସାହିତ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପାଠକ ମାନଙ୍କର ସହଯୋଗ କାମନା କରିଥିଲେ । ସର୍ବୋଦୟ ମଣ୍ଡଳର ସଭାପତି ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଏବଂ କୈବଲ୍ୟ ସାହିତ୍ୟ ସଂସଦର ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରଥମ ଅଧିବେଶନ ଏବଂ ଦ୍ଵିତୀୟ ଅଧିବେଶନରେ ମଞ୍ଚ ପରିଚାଳନା କରିଥିଲେ । ଏହି ଦେଶାତ୍ମବୋଧକ କବିତା ପାଠୋତ୍ସବ ସତୁରୀ ଜଣ ନିମନ୍ତ୍ରିତ କବି କବିତା ପାଠ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଡଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ କୈବଲ୍ୟ ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା । ଶ୍ରୀମତୀ ଅରୁଣା ସାମନ୍ତରାୟଙ୍କୁ ଶିଶୁ ସାହିତ୍ୟିକା ସମ୍ମାନ ୨୦୨୨, ଡଃ ଶୁରେଖା ସୁନ୍ଦରୀ ସ୍ୱାଇଁଙ୍କୁ କୈବଲ୍ୟ ଶିକ୍ଷା ଜ୍ୟୋତି, ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟିଙ୍କୁ କୈବଲ୍ୟ ଶିଶୁ କବି ଓ କବିତା ସମ୍ମାନ ପ୍ରଦାନ କରାଯାଇଥିଲା, ସୁକୁମାର ସାମଲଙ୍କୁ କୈବଲ୍ୟ ଆଦର୍ଶ ସଂଗଠକ ସମ୍ମାନ ପ୍ରଦାନ କରାଯାଇଥିଲା । ଅନ୍ୟ ପ୍ରତିଭାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପନ୍ଦର ଜଣ ଉପଦେଷ୍ଟାଙ୍କୁ କୈବଲ୍ୟ ସାହିତ୍ୟ ସଂସଦ ସମ୍ମାନିତ କରିଥିଲେ । ଛବିରାଣୀ ପତି ଏବଂ ଜୟ ଲକ୍ଷ୍ମୀ ସେଠୀ କବିତା ସଂଯୋଜନା ଅତି ସୁନ୍ଦର ଭାବରେ କରିଥିଲେ । ଏହି କାର୍ଯ୍ୟକ୍ରମରେ କୈବଲ୍ୟ ସାହିତ୍ୟ ସଂସଦର ରାଜ୍ୟ ସଂଯୋଜକ ଭରତ ଚନ୍ଦ୍ର ମିଶ୍ର, ବିରେନ୍ଦ୍ର କୁମାର ଜେନା, ସମ୍ପଦ ରଥ, କୁମାର କବି ବାହିନୀପତି, କୈଳାସ ଚନ୍ଦ୍ର ଜେନା, ସୁରେନ୍ଦ୍ର ନାଥ ତ୍ରିପାଠୀ, ସଞ୍ଜୟ କୁମାର ମହାରଣାଙ୍କୁ କୈବଲ୍ୟ ସାହିତ୍ୟ ସଂସଦ ଉପଦେଷ୍ଟା ଭାବେ ସମ୍ବର୍ଦ୍ଧିତ କରିଥିଲେ । ଚନ୍ଦନ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.