ଆଜିଠାରୁ ଦୁଇ ଦିବସୀୟ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇ ଦିବସୀୟ ଗୁଜୁରାଟ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କେତେକ ମହତ୍ତ୍ୱପୂର୍ଣ୍ଣ ଯୋଜନାର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଗୁଜୁରାଟ ଗସ୍ତର ପ୍ରଥମ ଦିନ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦରେ ସାବରମତୀ ନଦୀରେ ପଥଚାରୀଯାତ୍ରୀଙ୍କ ଲାଗି ଅଟଳ ପୋଲର ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜୁରାଟ ଗସ୍ତକୁ ନେଇ ଗୁଜୁରାଟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି କି ଗୁଜୁରାଟ ଗସ୍ତର ପ୍ରଥମ ଦିନ ପିଏମ୍ ମୋଦୀ ସନ୍ଧ୍ୟାରେ ସାବରମତୀ ରିଭରଫ୍ରଣ୍ଟରେ ଆୟୋଜିତ ଖଦୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ସେଠାରେ ଆୟୋଜିତ ଏକ ଜନସଭାରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅହମଦାବାଦ ନଗର ନିଗମ ପକ୍ଷରୁ ନିର୍ମିତ ଫୁଟ୍ ଓଭର ବ୍ରିଜ ଅଟଳ ପୋଲର ଉଦ୍‌ଘାଟନ ବି କରିବେ । ପ୍ରକାଶ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ହିଁ ଏହି ପୋଲର ନା ରଖାଯାଇଛି । ଏଲଇଡି ଲାଇଟ୍‌ରେ ସଜାଯାଇଥିବା ଏହି ପୋଲର ଡିଜାଇନ ବହୁ ଚିତ୍ତାକର୍ଷକ ହୋଇଛି । ଏହି ଅଟଳ ପୋଲ ପାଖାପାଖି ୩୦୦ମିଟର ଲମ୍ବା ଏବଂ ୧୪ମିଟର ଚୌଡ଼ା ରହିଛି । ପିଏମଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନରେ ଗାନ୍ଧୀନଗରରେ ଭାରତରେ ସୁଜୁକୀ କମ୍ପାନୀର ୪୦ବର୍ଷର ଯାତ୍ରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବି ଭାଗ ନେବେ । ଏହା ବ୍ୟତୀତ ୨୮ଅଗଷ୍ଟରେ କଚ୍ଛ ଜିଲ୍ଲାଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ ‘ସ୍ମୃତି ବନ’ ସମେତ ବିଭିନ୍ନ ପରିଯୋଜନାର ଉଦ୍‌ଘାଟନ ଏବଂ ଭୂମି ପୂଜନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.