jayashree

ନାଳ ନିର୍ମାଣ ପାଇଁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ର ପୁର ପଞ୍ଚାୟତର ଡିଆଁଡେଇଁ ଚାମୁଣ୍ଡା ସାହିରେ ଡ୍ରେନେଜ ନିର୍ମାଣ ପାଇଁ ଉକ୍ତ ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ବିଡିଓ ବିଶ୍ୱଜିତ ରାଏଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ ସାହିରେ ଡ୍ରେନ୍‌ ନ ଥିବା ଯୋଗୁଁ ବର୍ଷା ହେଲେ ପାଣି ନିଷ୍କାସନ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଫଳରେ ଉକ୍ତ ବର୍ଷା ଜଳ ଚାଷ ଜମି ଓ ଗ୍ରାମରେ ବହୁ ଦିନ ଧରି ଜମି ରହୁଛି । ଏଥିସହ ମଶା ମାଛିଙ୍କ ପାଦୁର୍ଭାବ ବଢୁଛି । ବର୍ଷା ପାଣି ଜମି ରହିବା ଫଳରେ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି ସାହି ବାସିନ୍ଦା । ଏଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଜିତେନ୍ଦ୍ର କୁମାର ନାହାକ ବିଡ଼ିଓଙ୍କୁ ନିବେଦନ କରିଛନ୍ତି । ଦାବୀପତ୍ର ଦେବା ବେଳେ ଭାସ୍କର ଚନ୍ଦ୍ର ନାହାକ, ସୁଧୀର ନାହାକ, ସୁଧାକର ନାହାକ, ସୁମିତ ନାହାକ, କବିରାଜ ନାହାକ, ସୁବଳ ନାହାକ, ଲୋପାମୁଦ୍ରା ନାହାକ, ନାରାୟଣ ନାହାକ, ରୁଷିଆ ନାହାକ, ରମଣୀ ନାହାକ, ପବିତ୍ର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.