ବରକେରା ଗ୍ରାମ ଜଳବନ୍ଦୀ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମ ଚଳିତ ବନ୍ୟାରେ ଜଳବନ୍ଦୀରେ ରହିଅଛି । ଉପରମୁଣ୍ଡରେ ଜଳସ୍ତର କମିଥିବା ବେଳେ ବରକେରା ଗ୍ରାମରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବନ୍ୟାରେ ଗ୍ରାମର ପ୍ରାୟ ତିନିଶହ ହେକ୍ଟର ଚାଷଜମି ଫସଲ ନଷ୍ଟ ହୋଇଯାଇଛି । ସେଥିରେ ଧାନ ଫସଲ ବ୍ୟତୀତ ପନିପରିବା ଚାଷ ଯଥା ବାଇଗଣ, ପୋଟଳ, ଭେଣ୍ଡି, ଝୁଡୁଙ୍ଗ, ଲଙ୍କା, ଅମୃତଭଣ୍ଡା, ଜହ୍ନି, କାକୁଡି ପ୍ରଭୃତି ଫସଲ ନଷ୍ଟ ହେବା ସହିତ ୧୫୦ ଗୋଟି ପୋଖରୀର ମାଛ ଚାଷ ନଷ୍ଟ ହୋଇଅଛି । ଏତଦ୍ ବ୍ୟତୀତ କୁକୁଡା ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୋଟିଏ ଦିନ ପାଇଁ ଚୁଡା ଗୁଡ ମିଳିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!