csstore

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଭାରତର ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଓ ଗାନ୍ଧିଜୀଙ୍କ ପ୍ରଭାବ ଉପଲକ୍ଷେ ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀମାନଙ୍କ ଦ୍ଵାରା କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ୍‌ର ପରାମର୍ଶଦାତା ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ, ଇକୋ କ୍ଲବର ସଂଯୋଜିକା ଡ଼. ସନ୍ଧ୍ୟାରାଣୀ କୁଅଁର, ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ଡ଼. ଦୁଃଖିଶ୍ୟାମ ସାହୁ, ଶ୍ରୀମତୀ ବୁନୀ ସାହୁ, ଅଧ୍ୟାପକ ଗଜରାଜ ପାତ୍ର, ନବକୁମାର ମିଶ୍ର, ପ୍ରାଧ୍ୟାପକ ଲଲିତ ମୋହନ ପଣ୍ଡା, ଡ଼. ଭେଙ୍କଟେଶ ମେହେର, ସସ୍ମିତା ମେହେର, ସମୀର ନାଗ, ଡ଼. ପ୍ରଦୀପ କୁମାର ପଣ୍ଡା, ଭୁବନେଶ୍ୱର ବରିହା, ନିକିତା ଭୋଇ, ଡ଼. ସୁବୋଧ ତ୍ରିପାଠୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.