csstore

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ପାଇଁ ପୁରସ୍କାର ବିତରଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦବୀ ମଣ୍ଡନ କରିଥିବା ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସହକାରୀ କଲେକ୍ଟର ତଥା ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସର୍‌ ସୁଶ୍ରୀ ସୌମ୍ୟାଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ କୁମାର ନାୟକ, ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ, ‘ପ୍ରଗତିବାଦୀ’ର ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ‘ପ୍ରମେୟ’ର ପଶ୍ଚିମ ଓଡ଼ିଶା ମୁଖ୍ୟ ଅଖିଳ ଚନ୍ଦ୍ର ହୋତା ମଂଚାସୀନ ଥିଲେ । ଅତିଥିମାନେ ନିଜ ବକ୍ତବ୍ୟ ମାଧ୍ୟମରେ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଆଗାମୀ ଭାରତର ଜଣେ ଜଣେ ସୁନାଗରିକ ହେବା ପାଇଁ ଆହ୍ୱାନ କରିବା ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ କସ୍ତୁରୀ ରଥ ମଂଚ ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ ତପସ୍ୱିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଅରୁନ୍ଧତୀ ବଢେଇ, ନନ୍ଦିନୀ ସାହୁ, ସତ୍ୟାନନ୍ଦ ବିଶ୍ୱାଳ, କୃଷ୍ଣଚନ୍ଦ୍ର ବାଗ, ଝୁନିତା ଭୋଇ, ବନ୍ଦିତା ତରିଆ, ସୁଚିତ୍ରା ବସ୍ତିଆ, ଦମୟନ୍ତୀ ଚନ୍ଦନ, ନିବେଦିତା ପଣ୍ଡା, ଟିକେ ଜାଲ ପ୍ରମୁଖ ଉତ୍ସବ ଆୟୋଜନରେ ସହଯୋଗ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରୀ ଉତ୍ସବରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.