oom

ପାଇକମାଲ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲରେ ନବ ଦୁର୍ଗାପୂଜା ପାଇଁ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଇନ୍ଦ୍ରଜିତ ଭୋଇଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଗତବର୍ଷ ନବ ଦୁର୍ଗାପୂଜାର ଆୟବ୍ୟୟ ସହ ନୂତନ ପୂଜା ପରିଚାଳନା କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ନୂତନ ପରିଚାଳନା କମିଟିର ସଭାପତି ସୁଶାନ୍ତ ନାଗ, ଉପ ସଭାପତି ମହେଶ ଅଗ୍ରୱାଲ, ସଂପାଦକ ଇନ୍ଦ୍ରଜିତ ଭୋଇ, ସହ ସଂପାଦକ ଆକାଶ ପାଣିଗ୍ରାହୀ, କୋଷାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ସଭ୍ୟ ଭାବରେ ଯୋଗେନ୍ଦ୍ର ଭୋଇ, ବୁନୁ ମିଶ୍ର, ଦପ୍ତି ବାରିକ, ଅନିତ ବାରିକ, ପ୍ରଶାନ୍ତ ମିଶ୍ର, ଦିବାକର ତାଣ୍ଡି, ପାଇକମାଲ ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ତି, ରବି ନାରାୟଣ ସାହୁ ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇ ଥିବା ବେଳେ ଉପଦେଷ୍ଟା ଭାବରେ ଗୋବର୍ଦ୍ଧନ ଅଗ୍ରୱାଲ, ବିନୋଦ କାଲିଆ, ସୁଶିଳ ଅଗ୍ରୱାଲ, ସନ୍ତୋଷ ପାଣିଗ୍ରାହୀ, ସରୋଜ ସାମଲ, ନନ୍ଦଶ୍ରୀ ବାସ୍ତବ, ସୁବାଷ ସାହୁ, ଧବଳେଶ୍ୱର ସାହୁ, ଜଗ ମୋହନ ତ୍ରିବେଦୀ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ସୁସଙ୍ଗଠିତ ରୂପେ ନବ ଦୁର୍ଗାପୂଜା ପାଳିତ ହେବ ବୋଲି ବିଚାର ବିମର୍ଶ କରଯାଇଥିଲା । ପ୍ରତିବର୍ଷ ପାଇକମାଲ ଦଶହରା ନବ ଦୁର୍ଗାପୂଜାରେ ମା’ଙ୍କ ପୂଜାର୍ଚ୍ଚନା କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ପ୍ରସ୍ତାବ ରଖାଯାଇଥିଲା । ଶେଷରେ ସରୋଜ ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.