oom

ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଭୁବନେଶ୍ୱର ତରଫରୁ ପାଣି ଘେରରେ ଥିବା ପିପିଲି ବ୍ଲକର ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ମହାନଦୀ ଓ ଏହାର ବିଭିନ୍ନ ଶାଖା ନଦୀମାନଙ୍କରେ ସଂପ୍ରତି ଭୀଷଣ ବନ୍ୟା ହେବାପରେ ଜଳବନ୍ଦୀରେ ଥିବା ହଜାର ହଜାର ଲୋକ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର, ଭୁବନେଶ୍ୱର, ଏକ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ହିସାବରେ ଏହାର ସାମାଜିକ ପ୍ରତିବଦ୍ଧତା ଓ କର୍ତ୍ତବ୍ୟ ସମ୍ବନ୍ଧରେ ଆମେ ସମସ୍ତେ ସଚେତନ ଓ ସେଥିପାଇ ବନ୍ୟା ଘେରରେ ଥିବା ବିପନ୍ନଙ୍କୁ ସମୟୋଚିତ ସହାୟତା ପାଇଁ ପିପିଲି ବ୍ଲକ ଅନ୍ତର୍ଗତ କଣ୍ଟି ଗ୍ରାମରେ ଜଳବନ୍ଦୀରେ ଥିବା ୭୦୦/୮୦୦ ବନ୍ୟା ବିପନ୍ନଙ୍କୁ ଶନିବାର ଗୋଟିଏ ଦିନ ପାଇଁ ମଧ୍ୟାହ୍ନରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରସାଦ ଦଳେଇ, ସହଯୋଗୀ ସୋମନାଥ ବାରିକ ଓ ଗ୍ରାମର ସ୍ଵେଚ୍ଛାସେବୀଙ୍କ ସହାୟତାରେ ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର ତରଫରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟରର ସମସ୍ତ କର୍ମକର୍ତ୍ତା ଓ ସଭ୍ୟା/ସଭ୍ୟ ଉପସ୍ଥିତ ରହି ଏହି ସାମାଜିକ କାର୍ଯ୍ୟକ୍ରମକୁ ସଫଳ ରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟରର ପରିଚାଳନା ଟ୍ରଷ୍ଟି ଭାବଗ୍ରାହୀ ଶାନ୍ତି, ବରିଷ୍ଠ ଟ୍ରଷ୍ଟି କୁମୁଦିନୀ ପଣ୍ଡା, ସଭାପତି ରତିକାନ୍ତ ପାଢ଼ୀ, ସାଧାରଣ ସମ୍ପାଦକ ଉଦୟ କୁମାର ଶାନ୍ତି, ଗଦାଧର ବରାଳ, ବନଯୋସ୍ନା ପାଢ଼ୀ, ସତ୍ୟ ସୁନ୍ଦର ପଣ୍ଡା, ବାସନ୍ତୀ ତ୍ରିପାଠୀ, କିଶୋର ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ବିଦ୍ୟାଧର, ବଟକୃଷ୍ଣ ବାରିକ, ଦୀନବନ୍ଧୁ ନାୟକ, ବୁଟୁ ବକ୍ସି, ବିଶିଷ୍ଟ ସମାଜସେବୀ ସୁଦର୍ଶନ ପ୍ରଧାନ ପ୍ରମୁଖ ଏହି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ପରିଚାଳନା ଟ୍ରଷ୍ଟି ଭାବଗ୍ରାହୀ ଶାନ୍ତି ଏବଂ ସଭାପତି ରତିକାନ୍ତ ପାଢ଼ୀ ଏହି କାର୍ଯ୍ୟକ୍ରମକୁ ସଫଳ ହେବାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାହାଯ୍ୟ ଓ ସହଯୋଗ କରିଥିବା ହାଇଟେକ୍ ପ୍ଲାଜାର ସାଇଟ୍ରଷ୍ଟ, ଦକ୍ଷତା ମହିଳା କ୍ଳବ ଏବଂ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.