csstore

ଡେଲାଙ୍ଗର ବନ୍ୟା ପ୍ଲାବିତ ଅଂଚଳରେ ସାହାଯ୍ୟର ହାତ ବଢାଇଲା ‘ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ’

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବନ୍ୟାରେ ଡେଲାଙ୍ଗ ଅଂଚଳର ଅନେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଏବେ ବି ହଜାର ହାଜର ଲୋକ ପାଣି ଘେରରେ ଜୀବନ କଟାଉଛନ୍ତି । ସରକାରୀ ସୁବିଧା ଏପର୍ଯ୍ୟନ୍ତ ପହଂଚି ପାରି ନଥିବା ବେଳେ ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚୠ ଆବାହକ ତଥା ରାଧା ମୋହନଙ୍କ ସହାୟତାରେ ଓ ମୁଖ୍ୟ ଉପଦେଷ୍ଟା ଜନ୍ମେଜୟ ଜେନାଙ୍କ ତତ୍ୱାବଧାନରେ ଶଙ୍ଖପାଟ, ଗଜପାଟଣା, ବେଲପଡ଼ା, ମୁନିନ୍ଦା, ଡାକପଡ଼ା, ସେବତୀ ପୁରପଶ୍ଚିମପାରୀ, ବଡ଼ ଆଂକୁଲା, ସାନଅଂକୁଲା, ରାଢୁଅ, କଲ୍ୟାଣପୁର, ହରିପୁର, ନୂଆହାଟ, ବାଲିହୁଙ୍କା, ଶିଶୁଆପଡ଼ା ଗ୍ରାମଗୁଡିକରେ ବନ୍ୟା ବିପନ୍ନଙ୍କ ପାଇଁ ପ୍ରାୟ ଦୁଇ ହଜାର ଶୁଖିଲା ଖାଦ୍ୟ ପୁଡିଆ ଓ ଗୋରୁ ଗାଈମାନଙ୍କ ପାଇଁ ଗୋ ଖାଦ୍ୟ ବଣ୍ଟନ କରିଥିଲେ । ଏହି ସେବା କାର୍ଯ୍ୟରେ ସୁକାନ୍ତ ସ୍ୱାଇଁ, ସଦାଶିବ ପରିଡା, ଚଣ୍ଡେଶ୍ଵର ଦାସ, ସନ୍ତୋଷ ସେଠି, ଦୁଷ୍ମନ୍ତ ପ୍ରଧାନ, ମହମ୍ମଦ ସାହିଦ ରାଜା, ମହମଦ ଅକତାର ରାଜା, ରାଜେନ୍ଦ୍ର ସ୍ୱାଇଁ, ଧନେଶ୍ୱର ପରିଡା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.