csstore

ଆଇଆଇଏସ୍‌ଇଆର୍‌ କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କୁ କୋର୍ଟ ଚାଲାଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆଇଏସ୍‌ଇଆର କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କୁ ଗଞ୍ଜାମ ଜିଲ୍ଲା ସୀମାନ୍ତ ଗୋଳନ୍ଥରା ଥାନା ପୋଲିସ ଚୋରି ଅଭିଯୋଗରେ ଗିରଫ କରିଥିଲା । ସେମାନେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ହୁନ୍ତୁଲୁ ଗ୍ରାମର ଆର. ଦୁର୍ଯ୍ୟୋଧନ ରେଡ୍ଡୀ ଏବଂ ପ୍ରମୋଦ ବେହେରା । ସୂଚନା ପ୍ରକାରେ, ଗୋଳନ୍ଥରା ଥାନା ନିକଟରେ ଲୌଡ଼ି ଗାଁଠାରେ ଆଇଆଇଏସ୍‌ଇଆର କମ୍ପାନୀ ପରିସରରେ ଏନକେଜି ଇନ୍‌ଫରାଷ୍ଟୋର୍କଚର ଲିମିଟେଡ଼ ନାମକ କମ୍ପାନୀ ଦ୍ଵାରା କାମ କରାଯାଇଥାଏ । ଉକ୍ତ ଦୁଇ ଅଭିଯୁକ୍ତ ସେହି କମ୍ପାନୀରେ କିଛି ବର୍ଷ ପୂର୍ବେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ପ୍ରତ୍ୟେକ ଦିନ ଉକ୍ତ କମ୍ପାନୀର ଗୋଦାମ ଘରକୁ ଯାଇ ଗୁଡ଼ାଏ ନାମୀ ଦାମୀ ସାମାନପତ୍ର କିଛି କିଛି ଚୋରି କରି ବହୁତ ଦିନ ହେଲା ନେଉଥିଲେ । କେ. ଆରୟା ରେଡ୍ଡୀ ହିସାବ କିତାବ ରଖିବା ପାଇଁ ଉକ୍ତ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ଅଟନ୍ତି । ଗୋଦାମରେ ସାମାନ ପତ୍ର କମି କମି ଯାଉଥିବା ଦେଖି ସେ ଉକ୍ତ ଘଟଣା କଥା ଉପରିସ୍ତ ଅଧିକାରୀଙ୍କୁ ଜଣାଇଥିଲେ ପରେ ୧୮/୦୮/୨୨ ତାରିଖରେ ଉଭୟେ ମିଶି ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୋଲିସ ୨୯୪/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରି ମାତ୍ର ୨୪ ଘଣ୍ଟାରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ସେମାନେ ଚୋରି କରିଥିବା ବହୁତ ଗୁଡ଼ାଏ ନାମୀ ଦାମୀ ସାମାନ (ଯାହାର ଆକଳନ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା)କୁ ଜବତ କରିବା ସହ ଗତକାଲି କୋର୍ଟ ଚାଲାଣ କରାଯାଇଥିବା ସଦର ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.