jayashree

ବିଦ୍ୟାଳୟ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅର୍ଜୁନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡ଼ିଶା ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବିଷୟକୁ ନେଇ ବଲାଙ୍ଗିର ଜିଲ୍ଲା ହୋମିଓପାଥି ମୁଖ୍ୟ ଚିିକିତ୍ସା ଅଧିକାରୀ ଅଶୋକ କୁମାର ସେଠିଙ୍କ ସହଯୋଗରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଯୋଗ ଶିକ୍ଷକ ସୁରଜ କୁମାର ବକୁଳ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ସେ କେଉଁ ଆସନ ଦ୍ଵାରା ଶରୀର କିପରି ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା ପାଇ ହେବ ତାହା ଉପସ୍ଥାପନ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ରଥଙ୍କ ସଭାପତିତ୍ୱରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ଶ୍ରୀମତୀ ଗୀତା ଜଗଦଲା, ସମ୍ମାନିତ ଅତିଥି ଭାବେ ଦେଓଗାଁ ବ୍ଲକ ଭାଇସ୍ ଚେୟାର ମେନ ସୁଶ୍ରୀ ସୂର୍ଯ୍ୟକାନ୍ତି ଛତ୍ରିଆ, ଡ.ଗୋବିନ୍ଦ ଭୁଏ, ଡ.ଲକ୍ଷ୍ମୀପ୍ରିୟା ସେଠି, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଡ. ଅଶୋକ କୁମାର ସେଠି ଛାତ୍ରଛାତ୍ରୀମାନଙ୍କୁ କିପରି ବିଭିନ୍ନ ପ୍ରକାରର ରୋଗ ବିଷୟରେ ସଜାଗ ହେବେ ଓ ନିଜ ପରିବାର ତଥା ସମାଜକୁ ସୁସ୍ଥ ରଖିପାରିବେ ସେ ବିଷୟରେ ଅବଗତ କରାଇଥିଲେ । ଡ. ଗୋବିନ୍ଦ ଭୁଏ ପ୍ରକୃତିର ସମସ୍ତ ବୃକ୍ଷରେ ଔଷଧୀୟ ଗୁଣ ଥିବାର ବିଷୟରେ ଉପସ୍ଥାପନା କରିଥିଲେ । ଡିଙ୍ଗର ବେହେରା ଓ ବାଲ ଗୋପଲ ସିଂନିନା ଔଷଧ ବିତରଣରେ ସାହାଯ୍ୟ କରିଥିଲେ । ଡ. ଲକ୍ଷ୍ମୀପ୍ରିୟା ସେଠି ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ସ୍ତ୍ରୀ ରୋଗ ସମ୍ପର୍କରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଡିଙ୍ଗର ରାଉତ, ଅରବିନ୍ଦ ବାରିକ, ସୁମନ୍ତ ପରୁଆ, ଜିତେନ୍ଦ୍ର ନାଏକ, ତାପସ ବିଶ୍ୱାଳ, କରୁଣା ପଧାନ, ନେପାଳ ଡାଙ୍ଗ, ଗୁପ୍ତେଶ୍ୱର କୁଅଁର, ଜିତେନ୍ଦ୍ର ପଟେଲ, ଚମ୍ପୁଲାଲ ମୁନା, ମୃତ୍ୟୁଞ୍ଜୟ ଲୁହା ଓ ଶିକ୍ଷୟତ୍ରୀ ମଧୁସ୍ମିତା ସାହୁ ତଥା ଶିକ୍ଷା କର୍ମୀ ବିରେନ୍ଦ୍ର ନାଗ ଓ ପ୍ରବୀଣ କର୍ତ୍ତି ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅରବିନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.