ପାଇକମାଲ ବ୍ଲକସ୍ତରୀୟ ସଂସ୍କୃତ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକସ୍ତରୀୟ ସଂସ୍କୃତ ଦିବସ ମହର୍ଷି ଦୟାନନ୍ଦ ଗୁରୁକୂଳ ଯୋଗାଶ୍ରମ ନୃସିଂହନାଥ, ପାଇକମାଲଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରଗଡ଼ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ଚୌହାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ସଂସ୍କୃତ ଶିକ୍ଷକ ସଂଘ ଯୁଗ୍ମ ସମ୍ପାଦକ ଗୋପବନ୍ଧୁ ପୁରୋହିତ, ବିଶିଷ୍ଟ ଅତିଥି ଭାବେ ଶାରଦା ବେଦାଲଙ୍କାର, ମୁଖ୍ୟ ବକ୍ତା ଭାବେ ପ୍ରେମାନନ୍ଦ ବାରିକ ଯୋଗଦାନ କରି ସଂସ୍କୃତ ଭାଷାର ମହନୀୟତା ତଥା ଯୁଗୋପଯୋଗୀତା ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ପାଇକମାଲ ବ୍ଲକ ସଭାପତି ରମାଇ ଚରଣ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଶ୍ରମର ଅନ୍ତେବାସୀମାନେ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଲିଙ୍ଗରାଜ ସାହୁ ମଞ୍ଚ ପରିଚାଳନା କରିଥିଲେ । ଅବସର ନେଇଥିବା ସୁନ୍ଦରମଣି ସାହୁ ଓ ଅପର୍ଣ୍ଣା ସାହୁଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ତଥା ନୂତନ ଭାବେ ଯୋଗଦାନ କରିଥିବା ଚନ୍ଦନ ବିଶ୍ୱାଳ, ଆନନ୍ଦିନୀ ସେଠ, କଳ୍ପନା ସାହୁ ପ୍ରମୁଖଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପ୍ରମୋଦ ପ୍ରଧାନ, ସନ୍ତୋଷ ପଣ୍ଡା, ଲୋକନାଥ ପ୍ରଧାନ, ନରସିଂହ ପ୍ରଧାନ, ଅନିତା ପାଣିଗ୍ରାହୀ, ମାନଭଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ବ୍ଲକ ସମ୍ପାଦକ ଅଶ୍ୱିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.