ଜାବ ଓ ସୋଢ଼ା ଗ୍ରାମ୍ୟ କମିଟି ପକ୍ଷରୁ ସୋଢ଼ା ଗ୍ରାମରେ ସାମାଜିକ ବନୀକରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ୍ ଅନ୍ତର୍ଗତ ଟେମେରି ଗ୍ରାମ ପଞ୍ଚାୟତର ସୋଢ଼ା ଗ୍ରାମରେ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍‌ ବରଗଡ (ଜାବ) ଓ ଗ୍ରାମ୍ୟ କମିଟିର ମିଳିତ ଉଦ୍ୟମରେ ସାମାଜିକ ବନୀକରଣ ଅନୁଷ୍ଠିତ ହୋଇଥିଲା । ଜାବ ସଭାପତି ରବି ନାରାୟଣ ପଣ୍ଡାଙ୍କ ସଭାପତିତ୍ଵ ତଥା ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ତଥା ଟେମରୀ ସରପଞ୍ଚ ଦୀଲିପ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ନିଆରା କାର୍ଯ୍ୟକ୍ରମ ଘରଟିଏକୁ ଗଛ ଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମର ପ୍ରତ୍ୟେକ ଘରେ ଜଣେ ଲେଖାଏଁ ଲୋକ ଆସି ତାଙ୍କ ପିତୃ ପୁରୁଷଙ୍କ ନାମରେ ଆଜି ବୃକ୍ଷ ରୋପଣ କରିଥିଲେ । ଗ୍ରାମରେ ଏକ ସୁନ୍ଦର ଓ ମନୋରମ ପରିବେଶ ସୃଷ୍ଟିର ସଂକଳ୍ପ ନେଇଥିଲେ ସ୍ଥାନୀୟ ସରପଞ୍ଚ । ବିଭିନ୍ନ ପ୍ରକାରର ବନୌଷଧି, ଫଳ ଗଛ ଲଗାଯାଇ ତାର ଉପଯୁକ୍ତ ଯତ୍ନ ନିଆଯାଇ ଏହି ସ୍ଥାନକୁ ଏକ ଦର୍ଶନୀୟ ସ୍ଥାନ ଭାବରେ ପରିଗଣିତ କରିବାକୁ ସଂକଳ୍ପ ନିଆଯାଇଥିଲା । ଜାବର ବରିଷ୍ଠ ସଦସ୍ୟ ରଞ୍ଜନ ଦେବତା, ବଦ୍ରୀ ପ୍ରସାଦ ସାହୁ, ସଚ୍ଚିଦାନନ୍ଦ ପାତ୍ର, ଧିରେନ୍ଦ୍ର ମହାନ୍ତି, ସୁଦାମ ପ୍ରଧାନ, ବଡ ଶତପଥୀ, ବିଦ୍ୟାଧର ସାହୁ, କୁଞ୍ଜ ବିହାରୀ ସାହୁ, ପୂର୍ବତନ ସରପଞ୍ଚ ଡମ୍ବରୁଧର ବେହେରା, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ରାହାସ ବିହାରି ସାହୁ, ସୋଢ଼ା ଗ୍ରାମ କମିଟିରୁ ଟଙ୍କଧର ପ୍ରଧାନ, ବିପିନ ବିହାରୀ ସାହୁ, ସୁରେନ୍ଦ୍ର ପ୍ରଧାନ, ଦେବାର୍ଚ୍ଚନ ସାହୁ, କିଶୋର ରଣା, କୈଳାସ ପଟେଲ, ରବୀନ୍ଦ୍ର ପ୍ରଧାନ, ଫକୀର ସାହୁ, ଗଣ୍ଡା ରଣା, କୃପାସିନ୍ଧୁ ପ୍ରଧାନ, ଜୟନ୍ତୀ ରଣା, ଅର୍ଜୁନ ରଣା, ବିଶି ରଣାଙ୍କ ସମେତ ଶତାଧିକ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.