ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ହସ୍ତତନ୍ତ ବୁଣାକାର ମାନଙ୍କ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଏକ ସମୀକ୍ଷା ବୈଠକ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଜେପୁର ବିଧାୟିକା ତଥା ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ ‌ଉକ୍ତ ବୈଠକରେ ଯୋଗଦେଇ ବୁଣାକାର ମାନଙ୍କ ସମସ୍ୟା, ସମାଧାନ ଓ ରାଜ୍ୟ ସରକାରଙ୍କ ବୁଣାକାର ମାନଙ୍କ ପାଇଁ ବିଭିନ୍ନ ଯୋଜନା ଗୁଡ଼ିକର ଜିଲ୍ଲାରେ ସଫଳ ରୂପାୟନ ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ବୟନ ଶିଳ୍ପ ବିଭାଗର ସମସ୍ତ ଅଧିକାରୀ, ବେହେରା ହସ୍ତତନ୍ତ ଲୁଗା ବଜାରର ସଭାପତି ଅଯୋଧ୍ୟା ମେହେର ଓ କର୍ମକର୍ତ୍ତା, ବରପାଲି ମେହେର ସମାଜର ସଭାପତି ମହେନ୍ଦ୍ର କୁମାର ମେହେର, ବରପାଲି ବ୍ଲକ୍ ଅଧ୍ୟକ୍ଷ, ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.