ଉଦ୍ଧବ ପବ୍ଲିକ ସ୍କୁଲରେ ଚାରା ରୋପଣ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ ବ୍ଲକ ଅନ୍ତର୍ଗତ ବିରମାଲ ସ୍ଥିତ ଉଦ୍ଧବ ପବ୍ଲିକ ସ୍କୁଲ ଖେଳ ପଡିଆରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିରମାଲ ସରପଞ୍ଚ ସୁଷମା ଆଚାର୍ଯ୍ୟ, ସମ୍ମାନିତ ଅତିଥି ସ୍କୁଲ ଚେୟାରମେନ କୃଷ୍ଣଚନ୍ଦ୍ର ଦାଶ, ପରିଚାଳନା କମିଟି ସଦସ୍ୟ କ୍ଷିରୋଦ୍ର ସାହୁ ତଥା ବିଦ୍ୟାଳୟର ଅଭିଭାବକମାନେ ଯୋଗଦାନ କରି ଚାରା ରୋପଣ ସହ ଏହାର ଉପଯୁକ୍ତ ଯତ୍ନ ନେବାକୁ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରବିନାରାୟଣ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ଡୋଳାମଣି ବିଶ୍ଵାଳ, ସୁନେଲି ତାଣ୍ଡି, ସତ୍ୟବତୀ ସାହୁ, ରାଧା ସ୍ଵାଇଁ, ପୁଷ୍ପାଞ୍ଜଳି ବିଶ୍ଵାଳ, ବିଶୟା ବେହେରା, ଗାୟତ୍ରୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.