ଇମ୍ପରିୟଲ କଲେଜରେ ଆଜାଦୀ କା ଅମୃତ ମହୋତ୍ସବ ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ ୯ ତାରିଖରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଶେଷ ଦିବସରେ ମୋହନ ସାହୁଙ୍କ ଲିଖିତ ଓ ମହୋରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ‘ବଡମା’ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଧେଶ୍ୟାମ ନାୟକ, ସୁରେନ ପାଣିଗ୍ରାହୀ, ଅନିରୁଦ୍ଧ ପାଇକ, ଗାନ୍ଧୀ ବାରିକ ନୃତ୍ୟ ସଂଗୀତରେ ସହଯୋଗ କରିଥିଲେ । ହରିପ୍ରିୟା, ଇଚ୍ଛା, ବସୁନ୍ଧରା ପ୍ରଚ୍ଛଦପଟ ସଂଗୀତ ଗାନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମିନି ଭୋଇ, ମନସ୍ୱିନୀ ମିଶ୍ର, ସୁନେଲି ରନା, ଦିପ୍ତୀରେଖା ସାହୁ, ଶିବାନୀ ସାହୁ, ଅମ୍ଲାନ ମେହେର, ଆୟୁଷ ମାହାର, ସ୍ୱପ୍ନା ସାହୁ, ନୈନା ପ୍ରଧାନ, ଅଫସାନ ଦାଶ, ଶିଖା ମେହେର, ହିମାଂଶୁ ସା, ବିଜୟ ମେହେର, ଗାୟତ୍ରୀ ସାହୁ, ଅନିଷା ରୁନଥାଲା, ଅଜୟ ଛତ୍ରିଆ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଶେଷରେ କଲେଜ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.