ଉପର ମୁଣ୍ଡ ପରେ ଏବେ ତଳମୁଣ୍ଡରେ ବନ୍ୟା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ଚିକିଲି ବନ୍ୟା ପରେ ଏବେ ମହାନଦୀ ପାଣିରେ ଭେଡେନ ବ୍ଲକ ବ୍ରାହ୍ମଣ ତୁରୁମ, ଦେଶ ଭଟଲି, ଡ଼ାଲବ, ମହୁଲପାଲି ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ହୀରାକୁଦ ଡ୍ୟାମରେ ଅଧିକ ଗେଟ ଖୋଲା ଯିବାରୁ ଏହି ଗାଁ ଗୁଡିକରେ ଚାଷୀଙ୍କ ଶତାଧିକ ଜମି ପାଣିରେ ବୁଡି ଧାନ ଚାଷ ନଷ୍ଟ କରିଛି । ଗତ ଏକ ସପ୍ତାହ ଧରି ଚାଷୀଙ୍କ ଚାଷ ଜମିରେ ୭ ଫୁଟ ପାଣି ଜମି ରହିଛି । ହୀରାକୁଦ ଡ୍ୟାମରେ ଆଗକୁ ଅଧିକ ଗେଟ ଖୋଲା ଗଲେ ପୁଣି ଚାଷୀଙ୍କ ବହୁ ଚାଷ ଜମି ପ୍ରଭାବିତ ହେବା ଆଶଙ୍କାରେ ଚାଷୀଙ୍କ ନିଦ ହଜିଯାଇଛି । ସେପଟେ ବନ୍ୟାଞ୍ଚଳକୁ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ଭେଡେନ ତହସିଲଦାର ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଜମିରୁ ପାଣି କମିବା ପରେ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରାଯିବ ଓ ସରକାରଙ୍କ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର କହିଛନ୍ତି ।

Leave A Reply

Your email address will not be published.