oom

ବଲାଙ୍ଗିର ଡାକ୍ତରଖାନା ପରିସରରେ ମା’ ସମ୍ମୁଖରେ ପୁଅକୁ ହାଣିବା ଘଟଣାକୁ ନେଇ ଏସ୍‌ପିଙ୍କ ପ୍ରେସ୍‌ ମିଟ୍‌

jsmm

ବଲାଙ୍ଗିର, (କେପିଏନଏସ୍‌) : ଆଜି ସ୍ଥାନୀୟ ଡିପିଓ ଅଫିସ୍‌ ଠାରେ ବଲାଙ୍ଗିର ଡାକ୍ତରଖାନା ପରିସରରେ ମା’ ସମ୍ମୁଖରେ ପୁଅକୁ ହାଣିବା ଘଟଣାକୁ ନେଇ ବଲାଙ୍ଗିର ଏସ୍‌ପି ନିତିନ କୁଶଲକରଙ୍କ ଦ୍ୱାରା ଏକ ପ୍ରେସ୍‌ ମିଟ୍‌ ଅନୁଷ୍ଠିତ ହୋଇଯାଇଛି । ଏସ୍‌ପି ପ୍ରେସ୍‌ମିଟ୍‌ରେ ଏଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ବଡ ଖୁଲାସା କରିଛନ୍ତି । ଏସ୍‌ପି ନିତିନ କୁଶଲକର କହିଛନ୍ତି ଯେ, ଗତ ୧୬ ତାରିଖ ଦିନ ଭୋର ସକାଳୁ ହସ୍‌ପିଟାଲ କ୍ୟାମ୍ପସ ପରିସରରେ ଇଡ୍‌ଲି ବିକାଳି ତଥା ସୁଦ୍‌ପଡାର ଦୁଇଜଣ ମା’ ପୁଅ ଆସୁଥିବା ବେଳେ ହସ୍ପିଟାଲ ପରିସର ସିକ୍ୟୁରିଟି ଅଫିସ ସମ୍ମୁଖରେ ହେଲମେଟ ପିନ୍ଧି ପୂର୍ବରୁ ଛପି ରହିଥିବା ଦୁଇ ଜଣ ଯୁବକ ଅଜୁଙ୍କୁ ହାଣି ହତ୍ୟା କରିଦେଇଥିବା ବେଳେ ଅଜୁଙ୍କ ମା’ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ତେବେ ଏହାକୁ ନେଇ ପୋଲିସ ପକ୍ଷରୁ ତନାଘନା ତଦନ୍ତ ଜାରି ରହିଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ହତ୍ୟାର ଶିକାର ହୋଇଥିବା ଅଜୁ ଦୋରାଙ୍କ ସଂପର୍କୀୟ ମୁନା ଦୋରାଙ୍କ ସମେତ ଅନ୍ୟ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ପଲ୍‌ସରର ବାଇକ (ଓଡି୩୧ଏଚ୍‌୨୯୯୮) ସହ ୯୫୦୦ ନଗଦ ଟଙ୍କା, ୨ ଗୋଟି ଖଣ୍ଡା, ୫ଗୋଟି ମୋବାଇଲ ଫୋନ୍‌, ଗୋଟିଏ ଏଟିଏମ୍‌ କାର୍ଡ ଏବଂ ଗୋଟିଏ ରକ୍ତାକ୍ତ କପଡା ଜବତ କରିଥିବା ନେଇ ଏସ୍‌ପି ନିତିନ କୁଶଲ କର ସୂଚନା ଦେଇଛନ୍ତି । ତେବେ ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ମଧ୍ୟ ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.