csstore

ଯାଦବ ଭବନରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ସମାଜ ଆନୁକୁଲ୍ୟରେ ଯାଦବ ଭବନ ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ନୀତି ନିର୍ଘଣ୍ଟ ରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଭଗବାନ ଶ୍ରୀକୃଷ୍ଣଲୀଳା ପଠନ କରାଯାଇଥିଲା । ଏହି ଅବସରରେ ଦୁଇ ଦିନ ବ୍ୟାପି ନନ୍ଦ ଉତ୍ସବ ଯାଦବ ଭବନରେ ଅନୁଷ୍ଠିତ ହେବ ବୋଲି ଯାଦବ ସମାଜ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଦୁତିବାହନ ଚନ୍ଦନ ପୂଜା ଦାୟିତ୍ୱ ତୁଳାଇଥିବା ବେଳେ ପୌରାଞ୍ଚଳ କାର୍ଯ୍ୟକାରୀ ସଭାପତି ଖରତମଲ ରାଉତ, ପୂର୍ବତନ ଜିଲ୍ଲା ସଂପାଦକ ଡମନ ବଗର୍ତ୍ତି, ଅଷ୍ଟମୀ ବଗର୍ତ୍ତି, ଆକୁଳ ବଗର୍ତ୍ତି, ଈଶ୍ୱର ବାଗ, କିଶୋର ଜାଲ, ଘାସିରାମ ଦିପ, ପ୍ରଶାନ୍ତ ମହାକୁର, ସାନ ଜାଲ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.