csstore

ଶ୍ରୀକୃୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାହାଜବାହାଲ ସ୍ଥିତ ବିଶ୍ୱାତ୍ମ ବିଦ୍ୟା ମନ୍ଦିର ଠାରେ ବହୁତ ଆନନ୍ଦ ଓ ଉଲ୍ଲାସର ସହିତ ସମସ୍ତ ଭାଇ ଭଉଣୀ, ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନଙ୍କୁ ନେଇ ଶ୍ରୀକୃୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପୂଜନୋତ୍ସବ ସହିତ ପାଳନ କରାଯାଇଥିଲା । ମୁଖ୍ୟ ଆଚାର୍ଯ୍ୟ ଚନ୍ଦ୍ର କୁମାର ପୁରୋହିତଙ୍କ ଦିଗ ଦର୍ଶନ ଅନୁଯାୟୀ ସମସ୍ତ ଭାଇଗଣ ଶ୍ରୀକୃଷ୍ଣ ବେଶରେ ଏବଂ ସମସ୍ତ ଭଉଣୀ ବୃନ୍ଦ ରାଧାରାଣୀ ବେଶରେ ସୁସଜ୍ଜିତ ହୋଇ ଭଜନ, କିର୍ତ୍ତନ ସହ ଦୋଳି, ଝୁଳନ କରି ଗୀତ ଗାଇ ଜନ୍ମ ଉତ୍ସବ ପାଳନ କରାଯାଇଥିଲା । ପୂଜନୋତ୍ସବ ପରେ ସମସ୍ତେ ମିଷ୍ଟାନ୍ନ ପ୍ରସାଦ ସେବନ କରି ଶ୍ରୀକୃଷ୍ଣ ରାଧାରାଣୀଙ୍କ ଜୟଧ୍ୱନୀ କରିଥିଲେ ।

jayashree
Leave A Reply

Your email address will not be published.