oom

ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗୌରଚନ୍ଦ୍ର ସୁନାଙ୍କ ୯ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ, ସମାଜ ସଂଗଠକ ସ୍ୱର୍ଗତ ଗୌରଚନ୍ଦ୍ର ସୁନାଙ୍କ ୯ତମ ଶ୍ରଦ୍ଧାଞ୍ଜଳି ସଭା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତ ମାଝୀପାଲି ସ୍ଥିତ ବାସଭବନଠାରେ ଦେବାର ଛତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅମସରରେ ସ୍ୱର୍ଗତ ଶ୍ରୀ ସୁନାଙ୍କ ଚିନ୍ତାଧାରା, ବିଚାର ଧାରା ଓ ସାଂଗଠନିକ ପଦକ୍ଷେପ ଉପରେ ବିଷଦ ଆଲୋକପାତ କରାଯାଇଥିଲା । ବିଗତ ବର୍ଷ ପରି ଏବର୍ଷ ମଧ୍ୟ ସମାଜର ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତିନି ଜଣଙ୍କୁ ଗୌରଚନ୍ଦ୍ର ସୁନା ସ୍ମୃତି ସମ୍ମାନ ପ୍ରଦାନ ପାଇଁ ଗୌରଚନ୍ଦ୍ର ସୁନା ସ୍ମୁତି ସମ୍ମାନ କମିଟି ତରଫରୁ ଘୋଷଣା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବରେ ପାଇକମାଲ ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ତି, କ୍ଷେତ୍ରୀ ଲୁହାର, ମୋହନ ଜଗତ, ଯୁଗଳ କିଶୋର ମହାନନ୍ଦ, କୁଶ ତାଣ୍ତି, ରଞ୍ଜିତା ଛତର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଗୌରଚନ୍ଦ୍ର ସୁନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ସ୍ମୃତିଚାରଣ କରି ଜୀବନର ସଂଘର୍ଷ ଏବଂ ସଂଘର୍ଷର ଫଳ ବିଷୟରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.