ବଲାଙ୍ଗିର ଦିନକୁ ସରକାରୀ ମାନ୍ୟତା ପାଇଁ କଣ୍ଟାବାଞ୍ଜି ବିଧାୟକଙ୍କୁ ଅନୁରୋଧ

  • ଆଗାମୀ ୨୦ରେ ସୋଭିନିୟର କମିଟି ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ବଲାଙ୍ଗିର ଦିନ ସରକାରୀ ମାନ୍ୟତା ପ୍ରଦାନ କରିବା ନିମନ୍ତେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ସୁପାରିଶ କରିବା ପାଇଁ ବଲାଙ୍ଗିର ଦିନ୍‌ ପାଳନ କମିଟି ପକ୍ଷରୁ ଯାଦବ ଭବନ ପରିସରେରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ନିବେଦନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନେକ ବିଚାର ବିମର୍ଶ ପରେ ଗତ ବର୍ଷ ନଭେମ୍ବର ୧କୁ ବଲାଙ୍ଗିର ଦିନ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇ ପ୍ରଥମ କରି ପାଳନ କରାଯାଇଥିଲା । ଉତ୍ସବକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ କମିଟି ଦାବୀ କରି ଆସୁଛି । ପୂର୍ବରୁ ପ୍ରାୟ ସମସ୍ତ ବିଧାୟକ ଓ ସାଂସଦଙ୍କୁ ଏ ନେଇ ନିବେଦନ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଚିଠି ପ୍ରଦାନ କରିସାରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟା ରତନ ମହାରଣା ଓ ପ୍ରଭାସ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଚେୟାରମେନ ଅଙ୍କୁଶ ପାଣ୍ଡିଆ, ଆବାହକ ଜୟକୃଷ୍ଣ ମିଶ୍ର, ଅଷ୍ଟମୀ ବଗର୍ତ୍ତି, ସାଂସ୍କୃତିକ କମିଟିର ଅର୍ଜୁନ ସାହୁ, ଶୋଭନ ଅଗ୍ରୱାଲ, ସୌମ୍ୟ ରଂଜନ ବେହେରା, ସାହିଲ ସିଂ ଗଡତ୍ୟା, ବ୍ୟାସଦେବ ନନ୍ଦ, କମିଟିର ସଂପାଦକ ପ୍ରଶାନ୍ତ ମହାକୁର ଦାବୀ ପ୍ରଦାନ କରିଥିଲେ । ଆଗାମୀ ୨୦ ତାରିଖ ଦିନ ସ୍ଥାନୀୟ ଯାଦବ ଭବନରେ ସୋଭିନିୟର କମିଟି ପାଇଁ ପ୍ରସ୍ତୁତ ବୈଠକ ହେବ ବୋଲି କମିଟି ସୂଚନା ପ୍ରଦାନ କରିଛି ।

Leave A Reply

Your email address will not be published.