oom

ସରୋଜିନୀ ପଟ୍ଟନାୟକ ସ୍ମାରକୀ ଶିଶୁ ପୁରସ୍କାର ସମାରୋହ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପବିତ୍ର ସ୍ୱାଧୀନତା ଦିବସ ତଥା ସ୍ୱାଧୀନ ଭାରତର ଅମୃତ ମହୋତ୍ସବ ଅବସରରେ ଆୟୋଜିତ ହୋଇଯାଇଛି । ଛତ୍ରପୁର ସହରର ଜଣେ ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ସରକାରୀ ଅଫିସର କିଶୋର ଚନ୍ଦ୍ର ପଟ୍ଟନାୟକଙ୍କ ପତ୍ନୀ ଜଣେ ସରକାରୀ ସ୍କୁଲ ଶିକ୍ଷୟିତ୍ରୀ ସ୍ୱର୍ଗୀୟ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତିରେ ତାଙ୍କ ମହନୀୟ ଉତ୍ସର୍ଗୀକୃତ କାର୍ଯ୍ୟ ଭାବେ ଏହି ଶିଶୁ ସଂସାର କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ଚିତ୍ରାଙ୍କନ, ଖେଳକୁଦ ଆଦି ବିଭିନ୍ନ ବର୍ଗର ପ୍ରତିଯୋଗିତା ଆଦି ପୂର୍ବରୁ ସଂଗଠିତ ହୋଇଥିବା ବେଳେ ଉକ୍ତ ମହତ୍ତ୍ୱପୂର୍ଣ୍ଣ ଦିବସରେ ଏକ ବର୍ଣ୍ଣାଢ୍ୟ ସମାରୋହରେ ସରୋଜିନୀ ପଟ୍ଟନାୟକ ସ୍ମାରକୀ ଶିଶୁ ପୁରସ୍କାରରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ବକ୍ତୃତା ପ୍ରତିଯୋଗିତାରେ ସପ୍ତମ ଶ୍ରେଣୀ ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ଗୌଡ଼ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପ୍ରବନ୍ଧ ପ୍ରତିଯୋଗିତାରେ ଶୁଭଶ୍ରୀ ଗୌଡ଼ ପ୍ରଥମ ସ୍ଥାନ ଓ ଉଷାରାଣୀ ଗୌଡ଼ ଦ୍ୱିତୀୟସ୍ଥାନ ଅଧିକାର କରିଛନ୍ତି । ସେହିପରି ସଙ୍ଗୀତରେ ପଞ୍ଚମ ଶ୍ରେଣୀର ପ୍ରତ୍ୟୁଷ ପ୍ରଧାନ, ପ୍ରଥମ ସ୍ଥାନ ଓ ଚତୁର୍ଥ ଶ୍ରେଣୀର କଲ୍ୟାଣି ଗୌଡ଼ ଦ୍ୱିତୀୟ ସ୍ଥାନ, ସେହିପରି ତୃତୀୟ ଶ୍ରେଣୀର ତୃପ୍ତି ମୁଦୁଲି ପ୍ରଥମ ସ୍ଥାନ ଏବଂ ଦ୍ୱିତୀୟ ଶ୍ରେଣୀର ମୀରା ଗୌଡ଼ ଦ୍ୱିତୀୟ ସ୍ଥାନ, ଏବଂ ପୁଚିଖେଳରେ ଯଥାକ୍ରମେ ଦ୍ୱିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀର କୁନି ଛାତ୍ରୀ ସ୍ୱପ୍ନା ପଲେଇ ପ୍ରଥମ ସ୍ଥାନ ଏବଂ ସାଲିନୀ ସ୍ୱାଇଁ ଦ୍ୱିତୀୟ ସ୍ଥାନରେ ପୁରସ୍କୃତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଉକ୍ତ ଦିବସରେ ପ୍ରାୟ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅନୀତା କୁମାରୀ ପାତ୍ର ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଶ୍ରୀମତୀ ସୁମତୀ ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ରାଜପୁର ସରପଞ୍ଚ ରଞ୍ଜନ ପଲେଇ, ସମିତି ସଭ୍ୟ ମଳୟ ଦାସ, କମିଟି ସଦସ୍ୟ ରାଜନ ଚୌଧୁରୀ, ଛତ୍ରପୁରର ବିଶିଷ୍ଟ ଶିକ୍ଷାବିତ ରଜନୀକାନ୍ତ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉନ୍ନୀତ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ସର୍ବଶ୍ରୀ ଘନଶ୍ୟାମ ପ୍ରଧାନ, ସୁକାନ୍ତ ଚୌଧୁରୀ, ସନ୍ତୋଷ ଚୌଧୁରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.