centurian jitm

ଶିକ୍ଷକ ପଦବୀ ପୂରଣ ଦାବୀ ନେଇ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

nschool

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଗେର୍ଡା ପଞ୍ଚାୟତର ରେଙ୍ଗାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦବୀ ଖାଲିଥିବାରୁ ପାଠପଢ଼ାରେ ନାନା ପ୍ରକାର ଅସୁବିଧା ଦେଖା ଦେଉଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଆଜି ସ୍କୁଲଗେଟରେ ତାଲା ପକାଇ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଙ୍କ ସହ ସ୍କୁଲ କମିଟିର ସଭାପତି ଓ ଅନ୍ୟମାନେ ସହଯୋଗ କରିଥିଲେ । ଏଠାରେ ପ୍ରକାଶଯେଗ୍ୟ ଯେ, ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୧୪୪ ଜଣ ଛାତ୍ରଛାତ୍ରୀ ପାଠପଡୁ ଥିବାର ଜଣାପଡିଛି । ଏହି ସ୍କୁଲରେ କେବଳ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ ଜଣେ ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ଅଛନ୍‌ନ୍ତି । ଏହି ସ୍କୁଲରୁ ଅନ୍ୟତ୍ର ୩ ଜଣଙ୍କୁ ବଦଳି କରାଯାଇଥିବାରୁ ଏଠାରେ ଅସୁବିଧା ଦେଖାଦେଉଥିବା ଅଭିଯୋଗ ହୋଇଛି । ଖବର ଲେଖା ପର୍ଯ୍ୟନ୍ତ କୌଣସି ଉଚ୍ଚ କର୍ତ୍ତୃପକ୍ଷ ସ୍କୁଲକୁ ଆସି ନ ଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି । ପରେ ସିଆର୍‌ସିସି ଦୀର୍ଘ ୩ ଘଣ୍ଟା ବିଳମ୍ବରେ ସ୍କୁଲରେ ପହଞ୍ଚି ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀ ଓ ଅଭିବାବକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନଥିଲା । ଛାତ୍ରଛାତ୍ରୀ ଓ ଗାଁର ଲୋକେ ତାଙ୍କ ଜିଦରେ ଅଟଳ ରହିଛନ୍ତି । ଆମକୁ ଯେତେ ଦିନ ପର୍ଯ୍ୟନ୍ତ ଶିକ୍ଷକ ନ ଦେବେ ସେତେ ଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସ୍କୁଲ ସଭାପତି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ପାଟଣାଗଡ଼ ବିଇଓ କହିଛନ୍ତି ଯେ, ଆମ ବ୍ଲକରେ ଶିକ୍ଷକ ଅଭାବ ରହିଛି । ଖୁବଶୀଘ୍ର ଏହି ସ୍କୁଲରେ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ବିଇଓ ଶଙ୍କର ମାଝୀ କହିଛନ୍ତି । ଏହି ଧାରଣାରେ ସ୍କୁଲ କମିଟିର ସଭାପତି କଦମ୍ବ ମାଝୀ, ହେମନ୍ତ ସିଂ ବାବୁ, ପ୍ରଦୀପ କୁମାର ମେହେର, ସୁରେନ୍ଦ୍ର ମହାନନ୍ଦ, ପୀତବାସ ପ୍ରଧାନ, ହିମାଞ୍ଚଳ ଭୋଇ, ଟିକେଲାଲ ସାହୁ, ରାଜେନ୍ଦ୍ର ଚିନ୍ଦା, ତ୍ରିଲୋଚନ ସେଠଙ୍କ ସମେତ ବହୁ ଛାତ୍ରଛାତ୍ରୀ ଓ ଅଭିବାବକ ମାନେ ଧାରଣାରେ ବସିଥିଲେ ।

Leave A Reply

Your email address will not be published.

error: Content is protected !!