ଶହ ଶହ ଗଙ୍ଗାଧର ପ୍ରେମୀଙ୍କ ଗହଣରେ ଘେଁସରେ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଭିମନ୍ୟୁ ସାହିତ୍ୟ ସଂସଦ ଘେଁସ ଓ ଭୂଲିଆ ସମାଜ ମିଳିତ ଆୟୋଜନରେ ବୈଦିକ ଯଜ୍ଞ ମଣ୍ଡପଠାରେ ସ୍ୱଭାବ କବିଙ୍କର ଜୟନ୍ତୀ ପାଳିତ ହୋଇଯାଇଛି । ସାହିତ୍ୟ ସଂସଦର ସଭାପତି ସୁଶାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଜୟନ୍ତୀ ସଭାରେ ଗଙ୍ଗାଧର ସାହିତ୍ୟର ପ୍ରସିଦ୍ଧ ବାଗ୍ମୀ କୃଷ୍ଣକେଶବ ଷଡଙ୍ଗୀଙ୍କ ଓଜସ୍ଵିନୀ ବକ୍ତବ୍ୟ ଶ୍ରୋତାମାନଙ୍କ ମଧ୍ୟରେ ଅପୂର୍ବ ପୂଳକ ସୃଷ୍ଟି କରିଥିଲା । ବରିଷ୍ଠ ସାମ୍ବାଦିକ ତଥା ସଂଗଠକ ହେମନ୍ତ ମହାପାତ୍ର, ସାରସ୍ୱତ ସାଧକ ଡ.ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ଅତିଥି ଭାବରେ ଯୋଗଦାନ କରିଥିଲେ । ବରିଷ୍ଠ ସଦସ୍ୟ ଅଶୋକ ପୂଜାହାରୀ, ଭୂଲିଆ ସମାଜର ବରିଷ୍ଠ କର୍ମକର୍ତ୍ତା ବିନୋଦ ବିହାରି ମେହେର ମଞ୍ଚାସୀନ ଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ନୀଲମାଧବ ସମ୍ମାନ ପାଇଥିବା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଡ.ସୁବାସ ମେହେରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ଶୋଭାଚନ୍ଦ୍ର ପଧାନ, ତୁଳସୀ ବାରିକ, ରାଜକିଶୋର ବେହେରା, କୈଳାସ ରାଜହଂସଙ୍କ ସମେତ ଅଭିମନ୍ୟୁ ସାହିତ୍ୟ ସଂସଦ, ଭୂଲିଆ ସମାଜ ଓ ସତସଙ୍ଗ ଗୋଷ୍ଠୀର କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.