ବସନ୍ତପୁରଠାରେ ଦୟାନଦୀର ଦକ୍ଷିଣପାର୍ଶ୍ଵ ବନ୍ଧରେ ଘଳିଆ ସୃଷ୍ଟି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସିଂହବ୍ରହ୍ମପୁର ପଞ୍ଚାୟତ ବସନ୍ତପୁରଠାରେ ଦୟାନଦୀ ବନ୍ଧର ଦକ୍ଷିଣପାର୍ଶ୍ଵରେ ଏକ ଘଳିଆ ପଡିଥିବା ଖବର ପାଇ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଘଟଣା ସ୍ଥଳରେ ପହଞ୍ଚି ବୁଲି ଦେଖିବା ସହ ତୁରନ୍ତ ବନ୍ଧର ସୁରକ୍ଷା ପାଇଁ ବ୍ୟବସ୍ଥା କରିଥିଲେ । ବିଭାଗୀୟ ଅଧିକାରୀ ଓ କଣ୍ଟାକ୍ଟର ମାଧ୍ୟମରେ ବାଲିବସ୍ତା ପ୍ୟାକିଂଗ କରାଯାଇଛି ଓ ସୁରକ୍ଷା ବାଡ କରାଯାଇ ଘଳିଆଟିକୁ ରୋକାଯାଇ ପାରିଛି । ଅତୀତରେ ସେଠାରେ ଏକ ଘାଇ ସୃଷ୍ଟି ହୋଇ ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ହୀରାକୁଦରେ ୩୪ଟି ଗେଟ ଖୋଲାଯିବା ଫଳରେ ଦୟାନଦୀରେ ବନ୍ୟାର ଆଶଙ୍କା ରହିଛି । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ସଜାଗ ରହିବା ସହ ଘୋରଡିଆ ପର୍ଯ୍ୟନ୍ତ ନଦୀ ବନ୍ଧର ସୁରକ୍ଷା ଓ ୨୪ଘଣ୍ଟିଆ ପେଟ୍ରୋଲିଂର ବ୍ୟବସ୍ଥା କରାଯାଇଛି । ବିଧାୟକଙ୍କ ସହିତ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ବାପି ଛୋଟରାୟ, ଗଡ ମୋଟରୀ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ, ପ୍ରାକ୍ତନ ସରପଞ୍ଚ ବିଜୟ କୁମାର ଚମ୍ପତିରାୟ, ଆତ୍ମାର ସଭାପତି ସୁଧାକର ମାର୍ଥା ଏବଂ ବିଭାଗୀୟ ଯନ୍ତ୍ରୀ ମକର ବେହେରା ଓ କଣ୍ଟାକ୍ଟର ସାକିର ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.