ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସମ୍ବଲପୁର ସିନ୍ଦୁରପଙ୍କ କୁଦୋପାଲି ବ୍ରିଜରେ ଏହି ଅଘଟଣା ଘଟିଛି । ତେବେ ମିଳିଥିବା ଖବର ଅନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ବେଳେ ପରିଚୟ ମିଳି ପାରିନାହିଁ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି । ଆମ୍ବୁଲାନ୍ସ ଏବଂ ସ୍ଥାନୀୟ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଦୁର୍ଘଟଣା ଘଟାଇ ଅଜଣା ଗାଡ଼ିଟି ଫେରାର ହୋଇଥିବା ବେଳେ ପୁଲିସ ଛାନଭିନ ଆରମ୍ଭ କରିଛି ।

Leave A Reply

Your email address will not be published.