କୋସଲି ଭାଷା ସଂଗ୍ରାମୀମାନଙ୍କ ଦିଲ୍ଲୀ ଗସ୍ତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବୀରେ କଣ୍ଟାବାଞ୍ଜି ଅଞ୍ଚଳର ଯୁବ କୋସଲି ଭାଷା ସଂଗ୍ରାମୀମାନେ ଆଜି ରେଳ ଯୋଗେ ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ସକାଳେ ନିର୍ଝରିଣୀର ସଂପାଦକ ତଥା ସଂଗଠକ ବିରଂଚି ନାରାୟଣ ଦାଶ ରେଳଷ୍ଟେସନକୁ ଯାଇ ଭାଷା ସଂଗ୍ରାମୀ ଉମେଶ କୁମାର ବେହେରା, କେକିସିଂ ଭୋଇ, ଅନନ୍ତ ବାଗ, ନୀଳମଣି କହଁର, ପ୍ରତୀକ ଦାସ, ଯଦୁ ପୁଟେଲ, ମୋହନ ପୁଟେଲ, ନୀଳକଣ୍ଠ ବାରିକ, ପ୍ରକାଶ ଚନ୍ଦ୍ର ରଣା, ଜଗଦାନନ୍ଦ ଯାନୀଙ୍କୁ ଆଜିର ଯାତ୍ରା ହେଉଛି କୋସଲି ଭାଷା ସୁରକ୍ଷାର ସ୍ୱାଭିମାନର ଯାତ୍ରା ତେଣୁ ଦାବୀ ନିଶ୍ଚିତ ପୂରଣ ହେବ ବୋଲି ଶୁଭମନାସୀ ବିଦାୟ ଦେଇଥିଲେ । ପ୍ରକାଶ ଥାଉ କି, ଏହା ପୂର୍ବରୁ କୋସଲ ଅଂଚଳର ଅନେକ ଅନୁଷ୍ଠାନ ତଥା ଭାଷାପ୍ରେମୀ ନିଜ ନିଜ ବ୍ଲକରେ ଦାବୀପତ୍ର ଦେଵା ସହିତ ଧାରଣାରେ ବସିଥିଲେ । ଏବେ ସମସ୍ତେ ଦିଲ୍ଲୀର ଯନ୍ତରମନ୍ତରଠାରେ ଅଗଷ୍ଟ ୮ତାରିଖ ଦିନ ଗୋଟିଏ ଦିନ ପାଇଁ ଧାରଣାରେ ବସିବେ । କୋସଲି ଭାଷାରେ ପାଠପଢ଼ା, କାର୍ଯ୍ୟାଳୟରେ କୋସଲି ଭାଷା ପ୍ରଚଳନ, କୋସଲି ୟୁନିଭରସିଟି ସ୍ଥାପନ ଆଦି ଦାବୀକୁ ଗୁରୁତ୍ୱ ଦିଆଯାଇଛି ।

jittmm
Leave A Reply

Your email address will not be published.