କୃଷି ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବ୍ଲକ କୃଷି ବିଭାଗର ଆତ୍ମା ସମ୍ମିଳନୀ କକ୍ଷରେ ଏକ ବ୍ଲକ୍‌ସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଘସିଏନ ଦେବୀ କୃଷକ ଉତ୍ପାଦକ କମ୍ପାନି ବଲାଙ୍ଗିରର ସମସ୍ତ ନିର୍ଦ୍ଧେଶକ ନିର୍ଦ୍ଦେଶିକାଙ୍କ ସହିତ ବ୍ଲକ୍ କୃଷି ଅଧିକାରୀ ଜଗବନ୍ଧୁ ପଟେଲ, ଆତ୍ମାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ ଗୌନ୍ତିଆ ରଣା, ଆତ୍ମାର ବ୍ଲକ ବୈଷୟିକ ପରିଚାଳକ ସୂର୍ଯ୍ୟ କୁମାର ଦାସ, ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷିକେଶ ସାହୁ ତଥା ବଲାଙ୍ଗିର ସଦର ବ୍ଲକ୍‌ର ସମସ୍ତ କୃଷି ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ତଥା ନାବାର୍ଡ ପ୍ରୋତ୍ସାହିତ କୃଷକ ଉତ୍ପାଦକ କମ୍ପାନୀ ଗଠନ, ପରିଚାଳନା ବିଷୟରେ ଆଲୋଚନା ହୋଇଥିଲା । ଏହି ଉତ୍ପାଦକ କମ୍ପାନି କିପରି ଚାଷୀମାନଙ୍କ ଆୟକୁ ଦ୍ଵିଗୁଣିତ କରି ପାରିବ, ବଜାରିକରଣ ବ୍ୟବସ୍ଥା ସୃଷ୍ଟି କରିପାରିବ, ଉନ୍ନତ ଜ୍ଞାନ କୋଶଳ ବ୍ୟବହାର ଦ୍ୱାରା ଚାଷୀ ଅର୍ଥ ସଞ୍ଚୟ କରି ପାରିବ ସେ ଊପରେ ବିଶଦ ଭାବେ ଉପସ୍ଥିତ ସମସ୍ତେ ଆଲୋଚନା କରିଥିଲେ । ଉପସ୍ଥିତ ଚାଷୀ ତଥା ନିର୍ଦେଶକମାନଙ୍କ ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର ଦେବା ସହିତ କୃଷି ଅଧିକାରୀମାନେ କୃଷକ ଉତ୍ପାଦକ କମ୍ପାନୀ ଗଠନର ଉପକାରିତା ବିଷୟରେ ମଧ୍ୟ କହିଥିଲେ । ଏହି କ୍ରମରେ ଉକ୍ତ କୃଷକ ଉତ୍ପାଦକ କମ୍ପାନିରେ ନିଜ ନିଜ ଅଞ୍ଚଳର ଚାଷୀମାନଙ୍କୁ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ବ୍ଲକ୍ କୃଷି ଅଧିକାରୀ ପଞ୍ଚାୟତ ସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.