oom

ଡେଙ୍ଗୁ ସଚେତନତା ମାସ ପାଳିତ

jsmm

ସୁବର୍ଣ୍ଣପୁର, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସଭା ଗୃହରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ସଚେତନତା ମାସ ପାଳନ ହୋଇଯାଇଛି । ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଜିଲ୍ଲାରେ ପ୍ରତ୍ୟେକ ସ୍ତରରେ ଡେଙ୍ଗୁର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ କରିଛନ୍ତି । ଅଦ୍ୟ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ପ୍ରଦୀପ କୁମାର ଗୁରୁଙ୍କ ସମେତ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼. ଦୈତ୍ୟ ନାରାୟଣ ପାଢ଼ୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୌରମଣି ହାଁସଦା, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲାକା ପ୍ରମୁଖ ମଂଚାସୀନ ଥିବାବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା ଓ ଲେପ୍ରସି) ଡ଼. ପଦ୍ମହଂସ ଦୋରା, ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼. ମାନସ ରଞ୍ଜନ ଦଣ୍ଡପାଟ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱମ୍ବର ବେହେରାଙ୍କ ସମେତ ଜିଲ୍ଲାର ସଂପୃକ୍ତ ବିଭାଗୀୟ ମୁଖ୍ୟ ତଥା ବିଭାଗୀୟ ଅଧିକାରୀ ସମୂହ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ପ୍ରଦୀପ କୁମାର ଗୁରୁ ବୈଠକରେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହିତ ଡେଙ୍ଗୁର କାରଣ, ଲକ୍ଷଣ, ପ୍ରକାର ଭେଦ, ବାହକ ଓ ତା’ର ନିୟନ୍ତ୍ରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ପରେ ପରେ ଜିଲ୍ଲା ଭିବିଡି କନ୍ସଲଟାଣ୍ଟ ଚନ୍ଦ୍ର ଶେଖର ମିଶ୍ର ଜିଲ୍ଲାରେ ଡେଙ୍ଗୁର ସ୍ଥିତି, ଅବସ୍ଥିତି ଓ ତାକୁ ନିୟନ୍ତ୍ରଣକୁ ଆଣିବାକୁ ଥିବା ବିଭିନ୍ନ କାର୍ଯ୍ୟ ପ୍ରଣାଳୀର ସୂଚନା ପ୍ରଦାନ କରିଥିଲେ । ସଭା ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅକ୍ରୁର କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.