ପୂର୍ବତନ ସମିତି ସଭ୍ୟ ପିତବାସ ପଟେଲଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ରାଣୀପାଲି ନିବାସୀ ପିତବାସ ପଟେଲଙ୍କ ୬୬ ବର୍ଷ ବୟସରେ ହୃତ୍‌ଘାତରେ ପରଲୋକ ଘଟିଥିବା ଜଣାପଡିଛି । ସେ ଜଣେ ପରୋପକାରୀ, ସମାଜସେବୀ, ଲୋକପ୍ରିୟ ସମିତି ସଭ୍ୟ ତଥା ସକମା ଏସ୍‌ସିଏସ୍‌ର ସଭାପତି ଥିଲେ । ରାଣୀପାଲି ଗ୍ରାମ ଶ୍ମଶାନରେ ତାଙ୍କର ଜ୍ୟେଷ୍ଠ ପୁତ୍ର କାହ୍ନୁ ଚରଣ ପଟେଲ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ପଟେଲ ପରିବାର ବର୍ଗ ସମେତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.