ମଙ୍କିପକ୍ସ ରୋଗ ସମ୍ପର୍କରେ ସଦ୍ୟତମ ରିପୋର୍ଟ

  • ଏନ୍ଆଇଭି ପୁନେ ଦ୍ୱାରା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଦେହରେ ମଙ୍କିପକ୍ସ ଭୂତାଣୁ ରହିଥିବା ସମ୍ପର୍କରେ ପୁଷ୍ଟିକରଣ
  • ଦିଲ୍ଲୀସ୍ଥିତ ଲୋକ ନାୟକ ହସ୍ପିଟାଲ୍‌ରେ ସଙ୍ଗରୋଧ କେନ୍ଦ୍ରରେ ସଂକ୍ରମିତ ବ୍ୟକ୍ତିଙ୍କୁ ରଖାଯାଇଛି
  • ଡିଜିଏଚ୍ଏସ୍ ଦ୍ୱାରା ଆଜି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ

ଦିଲ୍ଲୀ, (ପିଆଇବି) : ଦିଲ୍ଲୀର ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି (ପୁରୁଷ)ଙ୍କୁ ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ବୋଲି ସନ୍ଦେହ କରାଯିବା ପରେ ତାଙ୍କୁ ଲୋକ ନାୟକ ହସ୍ପିଟାଲରେ ସଙ୍ଗରୋଧରେ ରଖାଯାଇଥିଲା । ପୁନେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍‌ଆଇଭି) ଦ୍ୱାରା ରୋଗ ନିରୂପଣ କରାଯିବା ପରେ ଏହାକୁ ସୁନିଶ୍ଚିତ କରାଯାଇଅଛି । ଆକ୍ରାନ୍ତ ବ୍ୟକ୍ତି ବର୍ତମାନ ଲୋକ ନାୟକ ହସ୍ପିଟାଲ୍‌ରେ ସଙ୍ଗରୋଧ କେନ୍ଦ୍ରରେ ଆରୋଗ୍ୟ ଲାଭ କରୁଛନ୍ତି । ରୋଗୀର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମାଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରଖାଯାଇଅଛି । ପରବର୍ତୀ ଜନସ୍ୱାସ୍ଥ୍ୟ ହସ୍ତକ୍ଷେପଗୁଡିକ ଯଥା, ସଂକ୍ରମଣ ଉତ୍ସର ଚିହ୍ନଟୀକରଣ, ପରିବର୍ଦ୍ଧିତ ସମ୍ପର୍କ ନିରୂପଣ, ଘରୋଇ ଚିକିତ୍ସକ ମାନଙ୍କର ପରୀକ୍ଷଣ ସମ୍ବେଦନଶୀଳତା ଇତ୍ୟାଦି କାର୍ଯ୍ୟ ସମ୍ପାଦନ କରାଯାଉଛି । ଆଜି ଅପରାହ୍ନ ୩ଟାରେ ପରିସ୍ଥିତିର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରାଯିବାକୁ ଯୋଜନା କରାଯାଇଛି ।

Leave A Reply

Your email address will not be published.