ତହଁକ କୁଟୁମ ପକ୍ଷରୁ ଝକେର୍ କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଅମଲାଭବନଠାରେ ତହଁକ କୁଟୁମ ତରଫରୁ ଝକେର୍ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଧର୍ମସିଂହ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ନିରଞ୍ଜନ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେବେନ୍ଦ୍ର ନାଏକ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦେଇ ପ୍ରାଥମିକ ଶିକ୍ଷାରେ କୋଶଲି ଭାଷାର ଭୂମିକା ଆଲୋଚନାଚକ୍ରରେ ପ୍ରାଥମିକ ଶିକ୍ଷା ଶିଶୁର ବ୍ୟକ୍ତିତ୍ୱ ଗଠନରେ ଭିତ୍ତି ନିର୍ମାଣ କରେ ବୋଲି ମତ ରଖିଥିଲେ । ଏହି ସଭାରେ ତହଁକର ଲୋଗୋ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଯୁବକବି ଦିଲିପ ମିଶ୍ରଙ୍କୁ ଯୁବ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ଲୋଗୋ ନିର୍ମାତା ନିଗମ ନାଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଶ୍ରୀୟାକାନ୍ତ ଦାଶ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ପରେ ଦ୍ଵିତୀୟ ଅଧିବେଶନରେ ରାଜେଶ ଶର୍ମା, ସବିତା ମହରା ମଞ୍ଚାସୀନ ଥିଲେ । କବିତା ମିଶ୍ର, ଅନନ୍ତ ବିଶ୍ୱାଲ ଏବଂ ଧର୍ମେନ୍ଦ୍ର ପ୍ରଧାନ କବିତା ଆସରର ସଂଯୋଜନା କରିଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରୁ ଶତାଧିକ କବି ସ୍ଵରଚିତ କବିତା ପାଠ କରିଥିଲେ । ଶେଷରେ ତହଁକ ସଂପାଦକ ରାଜେଶ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଭାସିନି ଭୋଇ, ରାଜୀବ ପ୍ରସାଦ ଭୋଇ, ସୌକିଲାଲ ସାହୁ, ରବିନ୍ଦ୍ର ସାହୁ, ଖିରସିନ୍ଧୁ ବିଶି, ଭରତ ମେହେର, ରାଧାକାନ୍ତ ସାହୁ, ତପସ୍ଵିନୀ ପଶାୟତ ଏବଂ ଯଦୁମଣି କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.