ଟିଟିଲାଗଡ ନଗର ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ ଘଣ୍ଟାଶୁଣି ମନ୍ଦିର ସଭାଗୃହରେ ଟିଟିଲାଗଡ ନଗର ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଟିଟିଲାଗଡ ମ୍ୟୁନିସିପାଳିଟି ଚେୟାରମେନ ମମତା ଜୈନ, ଟିଟିଲାଗଡ ପ୍ରଭାରୀ ଶ୍ରୀବତ୍ସ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ଗୁଲାବ ସୋନି, ମହେନ୍ଦ୍ର ଠାକୁର, ଅଜୟ ଶର୍ମା, ସୁନୀଲ ଆଚାର୍ଯ୍ୟ, ସୁମିତା ନାଗ, ଲିଙ୍ଗରାଜ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଜିଲ୍ଲା ସଭାପତି କହିଥିଲେ ଯେ, ଟିଟିଲାଗଡରେ ବିଜେପି ସଂଗଠନ ମଜବୁତ ରହିଛି ଏଥିପାଇଁ ଆମେ ମ୍ୟୁନିସିପାଲିଟି ଚେୟାରମ୍ୟାନ ଜିତିଛୁ ଏବଂ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକାଭିମୁଖୀ କାମ କରିବା । ବୈଠକରେ ସମସ୍ତ ୱାର୍ଡରେ ଏକ ସ୍ୱତନ୍ତ୍ର ୱାର୍ଡ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଗୃହିତ ହେବା ସହ ଟିଟିଲାଗଡର ବିଭିନ୍ନ ସମସ୍ୟା ଗୁଡିକୁ ଦୃଢତାର ସହିତ ସ୍ୱର ଉତ୍ତୋଳନ କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନବୀନ ଜୈନ, ସଞ୍ଜୟ ତ୍ରିପାଠୀ, ରାଜୁ ରାଓ, ସୁନ୍ଦରଲାଲ ଶର୍ମା, ଗଜାନନ ମିଶ୍ର, ଅରବିନ୍ଦ ପାଣିଗ୍ରାହୀ, ବଜରଙ୍ଗ ଗୋଏଲ, ରିଙ୍କୁ ପାତ୍ର, ଲବଣି ବଗର୍ତ୍ତି, ବିଶ୍ୱଜିତ ଦାସ, କାଳିଆ ସାହୁ, ହରପ୍ରତାପ ଦାସ, ଧନିରାମ ବେହେରା, ସମୀର ମନହୀରା, ଉକିଆ ସାହୁ, ଗୀତା ଦର୍ଜୀ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.