oom

ଏମ୍ ରାମପୁର ରାଧାକୃଷ୍ଣ ମନ୍ଦିର ପରିସରରେ ପଣ୍ଡିତ ମହାସଂଘ ପକ୍ଷରୁ ପଞ୍ଜିକା ଉନ୍ମୋଚିତ ପାଇଁ ପ୍ରସ୍ତୁତି ବୈଠକ

jsmm

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ରାଧାକୃଷ୍ଣ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ମାଣିକେଶ୍ଵରୀ ଡୁକୁରୀ ଦେବୀ ପଞ୍ଜିକା ଉନ୍ମୋଚିତ ପାଇଁ ପ୍ରସ୍ତୁତି ବୈଠକ ଏମ୍ ରାମପୁର ବ୍ଲକ ବ୍ରାହ୍ମଣ ସମାଜର ସଭାପତି ଶିବ ପ୍ରସାଦ ସତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସମ୍ପାଦକ ଉଦ୍ଧବ ପଣ୍ଡା ପୂର୍ବବୈଠକର ବିବରଣୀ ପାଠ କରିଥିଲେ ପରେ ପଞ୍ଜିକାର ସଭାପତି ତଥା ଜ୍ୟୋତିର୍ବିଦ ପଣ୍ଡିତ କର୍ମକାଣ୍ଡ ପ୍ରବୀଣ ସନ୍ତୋଷ ନନ୍ଦ ପଞ୍ଜିକା ବୈଠକର ଉଦେଶ୍ୟ ଉପରେ କହିଥିଲେ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ପଞ୍ଜିକା ଉନ୍ମୋଚିତ ନେଇ ବିଭିନ୍ନ ଆଲୋଚନା କରାଯାଇଥିଲା । କଳାହାଣ୍ଡି ଜିଲ୍ଲାରେ ଯେହେତୁ ଏହା ପ୍ରଥମ ପଞ୍ଜିକା, ପଞ୍ଜିକାକୁ କିପରି ଆଗକୁ ବଢ଼ିବା ସେ ଦିଗରେ ପଣ୍ଡିତ ମାନେ ନିଜ ମତାମତ ରଖିଲେ । ଏଥିରେ ଉପସଭାପତି ତଥା ପଣ୍ଡିତ ତ୍ରୀଲୋଚନ ଦାଶ, ସହସମ୍ପାଦକ ତଥା ପଣ୍ଡିତ ବିଷ୍ଣୁ ପ୍ରସାଦ ମହାପାତ୍ର, ଜ୍ୟୋତିର୍ବିଦ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ଯୁଗଲ କିଶୋର ପ୍ରହରାଜ, ବାଲଗୋପାଲ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଭଗବତ ଘିଭେଲା ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.