ଛତ୍ରପୁର ବ୍ଲକ୍ ଅଫିସରେ ଅବାଧ ଓ ନିରପେକ୍ଷ ସେବା, ଶୃଙ୍ଖଳିତ ନୀତି ପରିଚାଳିତ ହେବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ଦାବୀପତ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅଫିସରେ ଶୃଙ୍ଖଳିତ ଭାବେ ଜନସାଧାରଣଙ୍କୁ ଅବାଧ ଓ ନିରପେକ୍ଷ ସେବା ଯୋଗାଇ ଦେବା ଆବଶ୍ୟକ । ଛତ୍ରପୁର ପଞ୍ଚାୟତ ସମିତି ଅଧୀନରେ ସମସ୍ତ ଉନ୍ନୟନ ମୂଳକକାର୍ଯ୍ୟ ତ୍ୱରାନ୍ୱିତ୍ୱ କରାଯିବା ଦଳମତ ନିର୍ବିଶେଷରେ କର୍ତ୍ତୃପକ୍ଷ ଓ ନିର୍ବାଚିତ ଚେୟାରମ୍ୟାନ, ଭାଇସ-ଚେୟାରମ୍ୟାନ ପ୍ରମୁଖ ସମସ୍ତଙ୍କ ସହ ସମଭାବରେ ବୁଝାମଣା ରହୁନାହିଁ ବୋଲି ପ୍ରତିନିଧିଦଳ ଅଭିଯୋଗ କରିଛନ୍ତି । ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ସମାନ ଭାବନା ପରିଚାଳିତ ହେବାରେ ଅଦ୍ଭାବ ରହୁଛି । ଫଳରେ ଜନସାଧାରଣଙ୍କ ବିବିଧ ମୌଳିକ ସମସ୍ୟା ସମାଧାନ ହୋଇପାରୁ ନାହିଁ । ଏହି ମହତ-ଉଦ୍ଦେଶ୍ୟନେଇ ବିଧାୟକଙ୍କ ସପକ୍ଷର ପଞ୍ଚାୟତ ସଦସ୍ୟଙ୍କର ଛତ୍ରପୁର ବ୍ଲକ୍ ଅଫିସରେ ଗୁରୁବାର ଏକ ମେଳି ହୋଇଛି । ଯାହାକି ଛତ୍ରପୁର ତହସିଲଦାର ତଥା ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଏ ନେଇ ପ୍ରତିନିଧି ଦଳ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଛତ୍ରପୁର ପଞ୍ଚାୟତ ସମିତି ସଦସ୍ୟ ତଥା ସମିତି ସଭ୍ୟ ଏସ୍.ଚକ୍ରପାଣି ରେଡ୍ଡୀ, ୧୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ନାହାକ, କଣମଣା ସମିତି ସଭ୍ୟା ରଶ୍ମିତା ଦେହୁରୀ, କଣମଣା ସରପଞ୍ଚ ବି.ଦମୟନ୍ତୀ, ଚିକଲଖଣ୍ଡି ସମିତିସଭ୍ୟା ସ୍ୱାଗତିକା ପଣ୍ଡା ପ୍ରମୁଖ କେତେଜଣ ଅସନ୍ତୁଷ୍ଟ ନେତ୍ତୃବର୍ଗଙ୍କ ନେତୃତ୍ତ୍ୱରେ ଏକ ପ୍ରତିନିଧିଦଳ ଆସି ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ଭେଟି ଛତ୍ରପୁର ପଞ୍ଚାୟତ ସମିତିରେ ଚାଲିଥିବା ମନମୁଖୀ କାରବାର ଏବଂ ପକ୍ଷପାତ ନୀତି ଚାଲୁଥିବା ନେଇ ବିଡ଼ିଓଙ୍କୁ ଜଣାଇଥିଲେ । ଛତ୍ରପୁର ବ୍ଲକ୍ ଅଫିସରେ ଶୃଙ୍ଖଳିତ ସେବା, ଅବାଧ ଓ ନିରପେକ୍ଷତା ପ୍ରଚଳନ ନେଇ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.