jsm

ବରିଷ୍ଠ ନାଗରିକମାନଙ୍କ ପାଇଁ ରେଳରେ ରିହାତି ପୁନଃ ବିଚାର ପାଇଁ ଦାବୀ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ରେଲୱେରେ ବରିଷ୍ଠ ନାଗରିକମାନଙ୍କ ପାଇଁ ରେଳ ଯାତ୍ରାରେ ଥିବା ରିହାତିକୁ କରୋନା କାଳରୁ ବନ୍ଦ କରି ଏବେ ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟକୁ ପୁନଃ ବିଚାର ପାଇଁ ଦାବୀ ହୋଇଛି । ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖା ପକ୍ଷରୁ ଆଜି ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ମାଣିକ ଲାଲ ବର୍ମା ପୂର୍ବରୁ ପ୍ରଚଳିତ ଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ରେଳ ଯାତ୍ରା କାଳରେ ଥିବା ରିହାତିକୁ ସମ୍ପୂର୍ଣ୍ଣ ବନ୍ଦ ନକରି ଏହାର ପୁନଃ ବିଚାର କରି ଲାଗୁ କରିବାକୁ ଅନୁରୋଧ କରିଛନ୍ତି ।

yuvodaya
Leave A Reply

Your email address will not be published.