oom

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ମାସ୍କ ବଣ୍ଟନ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପୂର୍ବ ନିଷ୍ପତ୍ତି ଅନୁସାରେ ଗତ କାଲି ବଲାଙ୍ଗିର ସହରରେ ସଚେତନ କରାଯାଇ କରୋନାକୁ ରୋକିବା ପାଇଁ ୧୧୦୦ ମାସ୍କ ବଣ୍ଟନ କରାଯାଇଥିଲା ଏବଂ ଆଜି ପେଲେସ ଲାଇନ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା । ତା’ ପରେ ଇଚ୍ଛାପଡା ସ୍ଥିତ ଶବରୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ବୃକ୍ଷ ରୋପଣ କରାଯାଇଥିଲା । ସମସ୍ତ ଚାରା ଗଛ ବଲାଙ୍ଗିର ରେଞ୍ଜ ଅଫିସର ନାଏକ ବାବୁ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ଉପଦେଷ୍ଟା ସୁବାଷ ଚନ୍ଦ୍ର ପଣ୍ଡା, ସଭାପତି ଗୁରୁଶ୍ରୀ ଡା. ଘାସିରାମ ମିଶ୍ର, ସଂପାଦକ ବସନ୍ତ ଆଚାର୍ଯ୍ୟ, ସହ ସଂପାଦକ ଯଥା ବିଶ୍ୱାଲ, ଉପସଭାପତି ଭଞ୍ଜ କିଶୋର ନାଗ ସହିତ ସକ୍ରିୟ ସଭ୍ୟ ବିପିନ ପଣ୍ଡା, ମଦନ ପାଣିଗ୍ରାହୀ ଏବଂ ନିକୁଞ୍ଜ ବିଶ୍ୱାଳ ସହଯୋଗ କରିଥିଲେ । ସଂପୃକ୍ତ ମନ୍ଦିର ପରିଚାଳକ ସୁରେନ୍ଦ୍ର ପଣ୍ଡା ଏବଂ ରାହାସ ବିହାରୀ ଭୋଇଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହୋଇଥିଲା । ମନ୍ଦିର ପୂଜକମାନଙ୍କୁ ବୃକ୍ଷର ଉପଯୁକ୍ତ ଯତ୍ନ ନେବାକୁ ଅନୁରୋଧ କରାଯାଇଥିଲା । ମାସ୍କ ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମଟିକୁ ସଫଳ ରୂପେ ସଂପାଦନ ହେବାରୁ ବଲାଙ୍ଗିରରେ ଆଲୋଚ୍ୟ ବିଷୟ ହୋଇଅଛି ।

jittmm
Leave A Reply

Your email address will not be published.