ଫେର୍‌ ବର୍‌କସ୍‌ ହଉଛେ କରୋନା ସଂକ୍ରମଣ, ସଭେ ହୁସିଆର୍‌ ହଉନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନୁ ଦିନ୍‌କେ ଆର୍‌ ଆର୍‌ ବର୍‌କସ୍‌ ହଉଛେ କରୋନା ସଂକ୍ରମଣ । ସଭେ ହୁସିଆର୍‌ ହଉନ୍‌ । ସୋର୍‌ କରୁନ୍‌, ଗଲା ସମିଆଁ ଥି ମୁନୁଷ୍‌ ଭେଲି କେ ବନେ ଦହସ୍‌ ନହସ୍‌ କରିଛେ କରୋନା । ସେ ସମିଆଁର କଥା ସୋର୍‌ କଲେ ଏଭେ ବି ହୁର୍‌ଗୁନି ହେବାର୍‌କେ ପଡ଼ୁଛେ । ଜୀବନ୍‌ ଜୀବ୍‌କା ଲିହିବିହି କରି ଦେଇଥିଲା କରୋନାର ଉତ୍‌ପାତ୍‌ । ଆଏଜ୍‌ ରାଏଜ୍‌ ଥି କରୋନା ସଂକ୍ରମିତ୍‌ ମାନ୍‌କର୍‌ ସଂଖ୍ୟା ୧୧୯୬ କେ ପୁହୁଁଚିଛେ । ଇ’ ଭିତ୍‌ରେ ବଲାଙ୍ଗିର ଜିଲ୍ଲାନୁ ୧୫ ଜନ୍‌ ଚିହ୍ନଟ୍‌ ହେଇଛନ୍‌ । ଅଁଠିପହର୍‌ ହାତ ସଫା ରଖୁନ୍‌ । ସେନିଟାଇଜର୍‌ ବେଭାର୍‌ କରୁନ୍‌ । ମୁହେଁ ମାସ୍କ ପିନ୍ଧୁନ୍‌ । ନିହାତି ଦର୍‌କାର୍‌ ନେଇଁ ହେଲେ ଭିଡ଼୍‌ଭାଡ଼୍‌ ଠାନ୍‌କେ ନେଇଁ ଯାଉନ୍‌ । ଉସତ୍‌ ଆନନ୍ଦ୍‌ ଥି ଲୋକ୍‌ ଜମେଇ ବିପଦ୍‌ କେ ନେଇଁ ଡାକୁନ୍‌ । ଖାଁସି ଲସମ୍‌ କି ଜର୍‌ତପ୍‌ ହେଲେ ଡାକ୍ତର୍‌କେ ଦେଖଉନ୍‌ । ଟିକେ ଲୁହିଁ ଦେଲେ ସମୁଦ୍ରର୍‌ ବଡ଼୍‌ ବଡ଼୍‌ ଲହଡ଼ା ବି କିଛି ନେଇଁ କରିପାରେ । ଆମେ ଟିକେ ହୁସିଆର୍‌ ହେଇ ଥାବେ ରହେଲେ, କରୋନାକେ ଫେର୍‌ ଟାଲି ଦେବାର୍‌ କେ ସକ୍ଷମ୍‌ ହେଇପାର୍‌ମା ।

Leave A Reply

Your email address will not be published.

error: Content is protected !!