ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗର ବିଦାୟକାଳୀନ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନରେ ଯୁକ୍ତତିନି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ ଲତିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟ ଉତ୍ସବରେ ବିଭାଗୀୟ ମୁଖ୍ୟ ଡ ସନ୍ଧ୍ୟାରାଣୀ କୁଅଁର, ଅଧ୍ୟାପିକା ଶ୍ରୀମତୀ ମୋନାଲିସା ସ୍ବାଇଁ, ଅଧ୍ୟାପକ ଦିଲ୍ଲୀପ କୁମାର ବହିଦାର, ଅଧ୍ୟାପକ ଦୟାନିଧି ବଗର୍ତ୍ତୀ, ସୁରଥ ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଦ୍ଭିଦ ବିଜ୍ଞାନ ବିଭାଗର ନୂତନ ଅଧ୍ୟାପକ ଦୟାନିଧି ବଗର୍ତ୍ତୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକାମାନେ ଛାତ୍ର ଛାତ୍ରୀମାନଙ୍କୁ ବିଦାୟକାଳୀନ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷ ବର୍ଷ ଛାତ୍ରଛାତ୍ରୀମାନେ ତାଙ୍କ ଅନୁଭୂତି ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.