କାର ଧକ୍କାରେ ୩ ମୃତ ଘଟଣାରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ

ସୁନ୍ଦରଗଡ : ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କୁ ନିଲମ୍ବିତ କରାଯାଇଛି । ସୁନ୍ଦରଗଡ ଏସ୍‌ପିଙ୍କ ସୁପାରିଶ ପରେ ପୋଲିସ ଡିଜି ନିଲମ୍ବିତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଅଟୋ ବଲାଙ୍ଗିର ପଟୁ ସୋନପୁର ଅଭିମୁଖେ ଆସୁଥିବା ବେଳେ ସ୍ନିଗ୍ଧାରାଣୀ କାରରେ ସୋନପୁର ପଟୁ ଯାଉଥିଲେ । ୫୭ ନଂ ଜାତୀୟ ରାଜପଥ ଖାରି ନିକଟରେ ଉଭୟ କାର୍-ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ । ତଦନ୍ତ ବେଳେ କାରଟି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଜଣାପଡିଥିଲା । ତେବେ ଦୁର୍ଘଟଣା ପରେ ସ୍ନିଗ୍ଧାରାଣୀ ଓ ତାଙ୍କ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପରବର୍ତ୍ତୀ ସମୟରେ ସୋନପୁର ଜିଲ୍ଲା ପୋଲିସ ବଲାଙ୍ଗିରର ହାତୀଶାଳପଡାରୁ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ଓ ଡ୍ରାଇଭର ଅଜୟ ଜେଠୀଙ୍କୁ ତରଭା ଥାନାକୁ ଆଣିଥିଲା । ପରବର୍ତ୍ତୀ ସମୟରେ ଡ୍ରାଇଭରକୁ ପୋଲିସ ଗିରଫ କରିଥିଲା ।

Leave A Reply

Your email address will not be published.